ଭୁବନେଶ୍ୱର (ହରପ୍ରସାଦ ବିଷୋଇ) ବିଜୁ ଜନତା ଦଳର ପ୍ରଶିକ୍ଷଣ ଦଳୀୟ ରାଜନୀତିରେ ଏକ ଉଦାହରଣ । ସମସ୍ତ ଛାମୁଆ ସଂଗଠନ ଓ ଜନପ୍ରତିନିଧି ଆସିଥିଲେ ପ୍ରଶିକ୍ଷଣ ନେଲେ । ଦଳ ପାଇଁ ଏହା ବହୁତ ଉପାଦେୟ । ପଦଯାତ୍ରା ସମୟରେ କିପରି ଶାଣିତ ଭାବେ ଲୋକଙ୍କ ପାଖରେ ଶାସନ ଓ ପ୍ରଶାସନର ବାର୍ତ୍ତା ଓ ଦଳର ବାର୍ତ୍ତା ପହଞ୍ଚାଯିବ ସେ ନେଇ କର୍ମୀ ମାନଙ୍କୁ ସେନସିଟାଇଜ କରାଯାଇଛି । ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନକୁ ନେଇ ଗାଁ ଗାଁ କୁ ଯିବା ବିଜେପି ରଣନୀତି କରୁଛି ପ୍ରଶ୍ନରେ ଉତ୍ତରବିଜେପି ତାଙ୍କ ଦଳର କଥା କରୁଛନ୍ତି ଆମେ ଆମ ଦଳର କାର୍ଯ୍ୟକ୍ରମ କରୁଛୁ ।
ଏଥର ଆମର ବି ପ୍ରସଙ୍ଗ ରହିଥିଲା ଆମ ମୁଖ୍ୟମନ୍ତ୍ରୀ ବିରୋଧୀ ନାଁ ନ ନେଇ ସବୁବେଳେ ନିଜର ଯୋଜନା ନିଜର ଦୃଷ୍ଟି ଭଙ୍ଗୀ ଓ ନିଜର ଭବିଷ୍ୟତ କାର୍ଯ୍ୟ ପନ୍ଥା କୁ ଲୋକଙ୍କ ପାଖରେ ରଖନ୍ତି । ଆମେ କଣ କରୁଛୁ କଣ କରିବୁ ସେ କଥା ନେଇ ଲୋକଙ୍କ ପାଖକୁ ଯିବୁ । ବିଜେପି କହୁଛି ବିକାଶ ପାଇଁ ବିଜେଡ଼ି ମୁକ୍ତ ଓଡିଶା କରିବ ପ୍ରଶ୍ନରେ ଉତ୍ତର ଆମେ କେଉଁ ମୁକ୍ତ ଭିତରେ ନାହୁଁ । ଆମେ ଓଡିଶାକୁ ବିଜେଡି ମୟ କରିବୁ ।