ପଞ୍ଜାବ, ହରିଆଣା,ରାଜସ୍ଥାନ ଓ ଦିଲ୍ଲୀର କିଛି ସ୍ଥାନରେ ବର୍ଷା ସମ୍ଭାବନା

ଦେଶର କିଛି ସ୍ଥାନରେ ପୁଣିଥରେ ବର୍ଷା ସମ୍ଭାବନା ରହିଛି।

0

(ଦିଲ୍ଲୀ) : ଦେଶର କିଛି ସ୍ଥାନରେ ପୁଣିଥରେ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ- ପଶ୍ଚିମ ରାଜସ୍ଥାନ ଉପରେ ଏକ ଟ୍ରପଲାଇ ପଡ଼ିଛି ଯାହାର ପରାଭବରେ ରାଜସ୍ଥାନ ଓ ଉତ୍ତର ଭାରତର କିଛି ସ୍ଥାନରେ ଆଜି ହାଲୁକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ପାଣିପାଗ ବିଭାଗ ସୂଚନାନୁଯାୟୀ , ଆଜିଠାରୁ ଦେଶର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପଞ୍ଜାବ, ହରିଆଣା,ରାଜସ୍ଥାନ ଓ ଦିଲ୍ଲୀର କିଛି ସ୍ଥାନରେ ବର୍ଷା ହୋଇପାରେ। ଏହି ରାଜ୍ୟଗୁଡ଼ିକରେ ଦିନ ଯାକ କୋହଲା ପାଗ ରିହିବା ସହ ହାଲୁକା ବର୍ଷା ହୋଇପାରେ। ଉତ୍ତର ପ୍ରଦେଶର ମଧ୍ୟକିଛି ସ୍ଥାନରେ ଆଗାମୀ ୬ ଦିନ ବର୍ଷା ହେବାର ସମ୍ଭାବନା ରହିଛି।