(ଭୁବନେଶ୍ୱର) : ଆସନ୍ତା ୧୩ ତାରିଖ ପରେ ରାଜ୍ୟରେ ବଢିବ ଖରାର ପ୍ରକୋପ । ଆଭ୍ୟନ୍ତରୀଣ ଓଡିଶାରେ ୧୩ରୁ ୧୭ ଯାଏ ୨ଡିଗ୍ରୀ ତାପମାତ୍ରା ବଢ଼ିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
ଉପକୂଳରେ ବି ୧୩ରେ ତାତି ବଢ଼ିଯିବ । ଶନିବାର ବୌଦ୍ଧର ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ରେକର୍ଡ ହୋଇଛି ।
ଅନୁଗୁଳରେ ୪୦.୭, ସୋନପୁରରେ ୪୦.୪, ତାଳଚେରରେ ୪୦.୨ ଓ ବାରିପଦାରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୋପାଳପୁର, ପୁରୀ, ଅନୁଗୁଳ, ପାରାଦୀପ ଓ ଭୁବନେଶ୍ୱରର ତାପମାତ୍ରା ଅପେକ୍ଷାକୃତ କମ୍ ରହିଛି ।