ଅସ୍ତବ୍ୟସ୍ତ କଲାଣି ତାତି , ୪୪ ଡିଗ୍ରୀ ଛୁଇଁବ ପାରଦ

ଆସନ୍ତା ୨ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଉତ୍ତାପ ।

0

(ଭୁବନେଶ୍ୱର) : ଆସନ୍ତା ୨ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଉତ୍ତାପ । କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଛୁଇଁବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ସୂଚନାନୁଯାୟୀ , ବୁଧବାର ରାଜ୍ୟର ୮ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ୪୨.୭ ଡିଗ୍ରୀ ସେଲସିୟସ୍‌ ସହ ଟିଟିଲାଗଡ଼ ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ବଲାଙ୍ଗୀରରେ ୪୨.୫, ସୋନପୁରରେ ୪୧.୯, ଝାରସୁଗୁଡ଼ାରେ ୪୧.୨, ବୌଦ୍ଧରେ ୪୧, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା ।