ରାଜ୍ୟରେ ୩ ଓ ୪ରେ ହାଲୁକା ବର୍ଷା ସମ୍ଭାବନା

ରାଜ୍ୟରେ ଆସନ୍ତା ୩ ଓ ୪ ତାରିଖରେ ରହିଛି ବର୍ଷା ସମ୍ଭାବନା ।

0

(ଭୁବନେଶ୍ୱର) : ରାଜ୍ୟରେ ଆସନ୍ତା ୩ ଓ ୪ ତାରିଖରେ ରହିଛି ବର୍ଷା ସମ୍ଭାବନା । ବର୍ଷା ଯୋଗୁ ତାତିରୁ ଆଶ୍ୱସ୍ତି ମିଳିବ । ଓଡ଼ିଶାରେ ଏହି ଦୁଇ ଦିନ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ଦିନ ପରେ ରାଜ୍ୟର ତାପମାତ୍ରା ୨ ଡିଗ୍ରୀ କମିବ ବୋଲି ଆକଳନ କରାଯାଇଛି ।

ସୂଚନାନୁଯାୟୀ , କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ଗଜପତି ଜିଲ୍ଲା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ଏହି ଦୁଇ ଦିନ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ଦିନ ପରେ ରାଜ୍ୟର ତାପମାତ୍ରା ୨ ଡିଗ୍ରୀ କମିବ ବୋଲି ଆକଳନ କରାଯାଇଛି ।

ଶୁକ୍ରବାର ଓ ଶନିବାର ବଲାଙ୍ଗୀର, ସୋନପୁର, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ବହିବ । ଭୁବନେଶ୍ୱର ସମେତ ପୁରୀ, କଟକ, ପାରାଦୀପ, ବାଲେଶ୍ୱର ଓ ଗୋପାଳପୁରରେ ଦିନବେଳାର ତାପମାତ୍ରା ଅପେକ୍ଷାକୃତ କମ୍‌ ଥିଲା । ସେହିଭଳି ଫୁଲବାଣୀରେ ରାତିବେଳା ସର୍ବନିମ୍ନ ତାପମାତ୍ରା ମାତ୍ର ୧୯.୫ ଡିଗ୍ରୀ ରେକର୍ଡ ହୋଇଛି ।