ରାଜ୍ୟରେ ଜାରି ରହିବ ଗ୍ରୀଷ୍ମର ପ୍ରକୋପ

ରାଜ୍ୟରେ ଜାରି ରହିବ ଗ୍ରୀଷ୍ମର ପ୍ରକୋପ ।

0

(ଭୁବନେଶ୍ୱର) : ରାଜ୍ୟରେ ଜାରି ରହିବ ଗ୍ରୀଷ୍ମର ପ୍ରକୋପ । ଶୁକ୍ରବାର ଓ ଶନିବାର ବଲାଙ୍ଗୀର, ସୋନପୁର, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ବହିବାର ଆଶଙ୍କା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହା ସ୍ୱାସ୍ଥ୍ୟଗତ ସମସ୍ୟା ଆଣିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

 

ସୂଚନାନୁଯାୟୀ , ରାଜ୍ୟର ୮ଟି ଜିଲ୍ଲାର ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୪୧.୨, ଭବାନୀପାଟଣାରେ ୪୧.୨, ବଲାଙ୍ଗୀରରେ ୪୧.୨, ବୌଦ୍ଧରେ ୪୧, ସମ୍ବଲପୁରରେ ୪୦.୧ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।