ରାଜ୍ୟରେ ଏଣିକି ବୃଦ୍ଧି ପାଇବ ତାପମାତ୍ରା

ରାଜ୍ୟରେ ଦିନକୁ ଦିନ ପାଗ ଶୁଖିଲା ରହିବ ।

0

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ପାଗ ଶୁଖିଲା ରହିବ । ଆଗକୁ ଆହୁରି ତାପମାତ୍ରା ବଢ଼ିବ ସହ ବୁଧବାରରୁ ପାଗ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ , ଅପରପକ୍ଷେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ଶନିବାର ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ହେବ ବୋଲି କେନ୍ଦ୍ର ଆକଳନ କରିଛି। ଶୁକ୍ରବାର ରାଜ୍ୟର ୭ ସହରରେ ପାରଦ ୩୫ ଡିଗ୍ରୀ ଟପିଛି ।