ଅସ୍ତବ୍ୟସ୍ତ ଜନ ଜୀବନ, ଆହୁରି କଲବଲ କରିବ ପାଗ

ରାଜ୍ୟରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଲାଣି ।

0

(ଭୁବନେଶ୍ୱର) : ରାଜ୍ୟରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଲାଣି । ଆଜି ବି ଗ୍ରୀଷ୍ମ ପ୍ରଭାବ ଜାରି ରହିବ। ୩ରୁ ସାମାନ୍ୟ ବଦଳିବ ପାଗ ବଦଳିବ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ , ଶୁକ୍ରବାର ମୋଟ ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼, ବଲାଙ୍ଗୀର ଓ ବୌଦ୍ଧ ପରେ ଭବାନୀପାଟଣାରେ ୪୦.୫, ଝାରସୁଗୁଡ଼ାରେ ୪୦.୫, ସୋନପୁରରେ ୪୦.୪, ତାଳଚେରରେ ୪୦.୨ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଗୁରୁବାର ୮ଟି ଜିଲ୍ଲାର ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୪୧.୨, ଭବାନୀପାଟଣାରେ ୪୧.୨, ବଲାଙ୍ଗୀରରେ ୪୧.୨, ବୌଦ୍ଧରେ ୪୧, ସମ୍ବଲପୁରରେ ୪୦.୧ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।