କେରଳରେ ଫେରିଲା ସପ୍ତାହନ୍ତ ଲକଡାଉନ

0

ନୂଆଦିଲ୍ଲୀ : କେରଳରେ ଦ୍ରୁତଗତିରେ କରୋନାର ମାମଲା ବଢୁଥିବାରୁ ସପ୍ତାହନ୍ତ ଲକଡାଉନ ଘୋଷଣା କରାଯାଇଛି । କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ କେରଳରେ ଏହି ଲକଡାଉନ ଘୋଷଣା କରାଯାଇଛି ।
କରୋନାର ଦ୍ରୁତବୃଦ୍ଧି ଯୋଗୁଁ କେନ୍ଦ୍ରସରକାର ଆଜି ୬ ଜଣିଆ ଟିମକୁ କେରଳକୁ ପଠାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୂଚନା ଦେଇଛନ୍ତି । କରୋନା ମାମଲା ବଢୁଥିବା ବେଳେ ଗତ ସପ୍ତାହରେ ଇଦ-ଉଲ-ଜୁହା ପାଇଁ ତିନି ଦିନ କୋହଳ ଘୋଷଣା କରିଥିଲେ କିନ୍ତୁ ଏହାକୁ ସୁପ୍ରିମକୋର୍ଟ ଦ୍ୱାରା ତୀବ୍ର ସମାଲୋଚନା କରାଯାଇଥିଲା ।
କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ମୋଟ କରୋନା ମାମଲାରେ ୫୦ ପ୍ରତିଶତ କେବଳ କେରଳରୁ ଆସୁଛି । ଦେଶରେ କୋଭିଡ ମୋଟ ୩.୯୭ ଲକ୍ଷ କରୋନା ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୧.୪୯ ଲକ୍ଷ କେବଳ କେରଳର ।