ଭାରତ ଯାହା କରିଦେଖାଇଛି ତାହା ବଡ ବଡ ଦେଶ କରିବାରେ ସକ୍ଷମ ହୋଇ ନାହିଁ

0

ଦିଲ୍ଲୀ : ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ଗଙ୍ଗା । ଭାରତ ସରକାରଙ୍କର ଏହି ଅଭିଯାନ ସଫଳ ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମ ପିଲାଙ୍କୁ ଆମେ ଫେରାଇ ଆଣିବାରେ ସଫଳ ହୋଇଛୁ । ଏହି ଅପରେସନ୍ ମାଧ୍ୟମରେ ଆମେ ଫେରାଇ ଆଣିଛୁ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ । ବଡ ବଡ ଦେଶ ମଧ୍ୟ ଏପରି କରିବାରେ ସକ୍ଷମ ହୋଇ ପାରିନାହାନ୍ତି, ଯାହା ଆଜି ଭାରତ କରି ଦେଖାଇ ଦେଇଛି । ତାହା ପୁଣି ଭାରତ ଅତି ସହଜରେ ଏହା କରିଦେଖାଇ ଦେଇଛି । ଏଥିରୁ ଅନୁମାନ କରି ହେଉଛି କି ବିଶ୍ୱସ୍ତରରେ ଭାରତର ପ୍ରଭାବ କଣ?

ସେ କୋଭିଡ ସମସ୍ୟା ହେଉ କି ୟୁକ୍ରେନରେ ହେଉଥିବା ଯୁଦ୍ଧ, ଭାରତ ଆଜି ପ୍ରମାଣ କରି ଦେଇଛି କି ଭାରତ ସବୁ ବେଳ ପାଇଁ ସବୁ ପ୍ରକାରର ସମସ୍ୟ ବା ପରିସ୍ଥିତିକୁ ସାମ୍ନା କରିବାର ସାହାସ ରଖିଛି । ଆଜି ଯାହା ଭାରତ କରି ଦେଖାଇ ଦେଇଛି ତାହା ବଡ ବଡ ଦେଶ କରି ପାରିନାହିଁ । ବିଶ୍ୱ ସ୍ତରେ ଭାରତକୁ ଏନେଇ ପ୍ରଶଂସାର ଶୁଅ ଛୁଟୁଛି ।