କରୋନା ସମୟରେ କ’ଣ ଖାଇବା ଉଚିତ …

0

କରୋନାର ଦ୍ୱିତୀୟ ଲହର ଆସିବାପରେ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ସରକାର କରୋନା ପାଇଁ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର କରିବା ଓ ଖାଦ୍ୟରେ ମଧ୍ୟ ସଜାଗ ରହିବାକୁ କହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଲୋକଙ୍କୁ ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଆପଣ କେଉଁ ପ୍ରକାରର ଖାଦ୍ୟ ଅନୁସରଣ କରିବା ଉଚିତ ଆଉ କେଉଁ ଖାଦ୍ୟ ଖାଇବା ଅନୁଚିତ ସେଥିପ୍ରତି ଧ୍ୟାନ ଦେବା ଉଚିତ । ମହାମାରୀ କରୋନା ସମୟରେ ଆପଣମାନ ସିଝା ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ କାହିଁକି ନା ଖାଦ୍ୟରୁ ଆମେ ମିନେରାଲ୍ସ, ଫାଇବର, ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ ଅନ୍ତର୍ଭୁକ୍ତ କରିବା ଜରୁରୀ ଅଟେ । କେବଳ ଏତିକି ନୁହେଁ, ଯଥାସମ୍ଭବ ନିଜକୁ ଅଧିକ ଓଜନ, ହୃଦ ରୋଗ, ମଧୁମେହ ରୋଗରୁ ଦୂରେଇ ରଖିବା ପାଇଁ ଖାଦ୍ୟର ଉପରେ ଧ୍ୟାନ ଦେବା ଉଚିତ ।
କରୋନା ସମୟରେ କଣ ଖାଇବା ଉଚିତ ଆସନ୍ତୁ ଜାଣିବା-
-ଏହି ମହାମାରୀ ସମୟରେ ସତେଜ ଖାଦ୍ୟ ଖାଆନ୍ତୁ
-ପ୍ରତ୍ୟେକ ଦିନ ଫଳ, ସବୁଜ ପନିପରିବା, ମସୁର ଡାଲି, ବାଦାମ, ମାଂସ, ମାଛ, ଅଣ୍ଡା ଏବଂ କ୍ଷୀର ଖାଆନ୍ତୁ
– ସପ୍ତାହକୁ ୨ଥର ଚିକେଟ ଖାଇବା ଉଚିତ
-କରୋନା ସମୟରେ ଚିନି, ଲୁଣ ଓ ଚର୍ବି ଜିନିଷଙ୍କୁ ନିଜକୁ ଦୂରେଇ ରଖନ୍ତୁ
-ଦିନକୁ ୮ରୁ ୧୦ ଗ୍ଲାସ ପାଣିପିଇବା ଉଚିତ । ଯାହା ଫଳରେ ଆପଣଙ୍କ ଶରୀରର ଜଳୀୟ ଅଂଶ କମିବ ନାହିଁ