ପ୍ରିୟଙ୍କା-ନିକ୍ ଜୋନ୍ସଙ୍କ ଝିଅର ନାମ କଣ ରହିବ ?

0

ବ୍ୟୁରୋ: ନୂଆ ନୂଆ ମାତୁତ୍ୱ ଲାଭ କରିଥିବା ଆନ୍ତର୍ଜାତୀୟ ତାରକା ପ୍ରିୟଙ୍କା ଚୋପ୍ରା ପ୍ରଥମ ଥର ପାଇଁ ନିଜର ନବଜାତ ଶିଶୁକନ୍ୟାଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ସୁଚନାନୁଯାୟୀ ନିକଟରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗେଦବା ଅବସରରେ ପ୍ରିୟଙ୍କା କେଉଁ ଭଳି ମା ହେବାକୁ ଚାହାନ୍ତି ତାହା ପ୍ରକାଶ କରିଛନ୍ତି । ଲାଳନ ପାଳନ ବେଳେ ସେ ନିଜର ଇଛା ବା ଭୟକୁ କେବେ ଝିଅ ଉପରେ ଲଦିବେ ନାହିଁ ବୋଲି କହିଛନ୍ତି ।ଗତ ଜାନୁଆରିରେ ପ୍ରିୟଙ୍କା ନିଜ ସ୍ୱାମୀ ନିକ୍ ଜୋନସଙ୍କ ସହ ସରୋଗେସି ପ୍ରକିୟାରେ ନିଜର ଶିଶୁ କନ୍ୟାକୁ ଜନ୍ମ କରିଥିଲେ ।

ଜନ୍ମ ହେବା ଦିନରୁ ପ୍ରିୟଙ୍କା ନିଜ ଝିଅକୁ ନେଇ ଖୁବ ଗୋପନୀୟତା ଅବଲମ୍ବନ କରିଆସୁଛନ୍ତି । ସେଥପାଇଁ କେବଳ ଫ୍ୟାନ ନୁହେଁ ତାଙ୍କ ମାତାପିତା ମଧ୍ୟ ନାତୁଣୀ ଦେଖିବାର ସ୍ୱଭାଗ୍ୟ ପାଇ ନାହାନ୍ତି । କିଛି ଦିନ ତଳେ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ଆଇ ହୋଇ ଖୁବ ଖୁସି ଥିବା କଥା ପ୍ରକାଶ କରିଥିଲେ । କିନ୍ତୁ ପ୍ରିୟଙ୍କା ନିକ୍ ନିଜ ଝିଅର ନାମ କଣ କରିବେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ପ୍ରିୟଙ୍କା ଆଗକୁ ବଲିଉଡ ଚଳଚିତ୍ର ଜୀ ଲେ ଜରା ର ସୁଟିଙ୍ଗ ଆରମ୍ଭ କରିବେ । ପୂର୍ବରୁ ସେ ଆମେରିକୀୟ ଚଳଚିତ୍ର ଟେକ୍ସଟ ଫର ୟୁର ସୁଟିଙ୍ଗ ସାରିଛନ୍ତି ।