ବିଶେଷ

କେବେ ବନ ମନ୍ତ୍ରୀ ଓ ସଚିବଙ୍କ ପାଳି?

ଭୁବନେଶ୍ୱର/ଶିଳାସ୍ମିତା ରାୟ: ଗତ ଗୁରୁବାର ଗିରଫ ହୋଇଥିବା ଗୋପାଳପୁରର ବହିଷ୍କୃତ ବିଧାୟକଙ୍କ ଭାବି ସମୂଦି ଆଇଏଏଫ ଅଭୟ ପାଠକଙ୍କ ସମ୍ପତ୍ତିର ପୂର୍ଣ୍ଣ ମୂଲ୍ୟାୟନ କରିବାରେ ଏପର୍ଯ୍ୟନ୍ତ ଭିଜିଲାନ୍ସ ସକ୍ଷମ ହୋଇ ନାହିଁ । ଯେତେ ଦିନ ଗଡୁଛୁ, ସମ୍ପତ୍ତି ଓ ଦୁର୍ନୀତିର ସେତିକି ନୂଆ ଚିଠା ସାମ୍ନାକୁ ଆସୁଛି । କେତେ ଉଠା କେତେ ପୋତା ତାର ଆକଳନ ସରୁନାହିଁ । ଅନ୍ୟପକ୍ଷରେ ଅଭୟଙ୍କ ଅର୍ଥ ହଡପକୁ ନେଇ ସେ ଅବସ୍ଥାପିତ ବଲାଙ୍ଗୀରରେ ଭିଜିଲାନ୍ସ ସକ୍ରିୟ । ମୁରିବାହାଲ ରେଞ୍ଜରଙ୍କୁ କାବୁ କରି ଭିଜିଲାନ୍ସ ତାଙ୍କ ୨ କୋଟିରୁ ଊର୍ଦ୍ଧ୍ୱ  ଅର୍ଥର ହିସାବ ପାଇଛି । ଏହା ବ୍ୟତୀତ ୫୦୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ । ଏଥିରୁ ବନ ବିଭାଗରେ ଚାଲିଥିବା ଦୁର୍ନୀତିର ଗୁମର ଖୋଲୁଛୁ

ଏହା ବ୍ୟତୀତ ବଲାଙ୍ଗୀର ଡିଭିଜନରେ ବନୀକରଣରେ ହୋଇଥିବା ମହାଦୁର୍ନୀତିର ଧୀରେ ଧୀରେ ଗୁମର ଖୋଲୁଛି । ୨୦୨୦-୨୧ ବର୍ଷ ପାଇଁ ବନୀକରଣ ବାବଦକୁ ୭୨୬ କୋଟି ଟଙ୍କା ଅର୍ଥ ବରାଦ ହୋଇଥିଲା । ୩ ବର୍ଷୀୟ ଯୋଜନାରେ ୪୩୦୫ ଶ୍ରମ ଦିବସ ପାଇଁ ସ୍ଥିର କରାଯାଇଥିଲା । ଏଥିରେ ୪୦ ହେକ୍ଟର ଜମିରେ ବନୀକରଣର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଫଳକ ଲଗାଯାଇଥିଲେ ମଧ୍ୟ ଗଛ ନାହିଁ । ଉପରଠାଉରିଆ ଭାବେ କିଛି ଗଛ ଲଗାଯାଇଥିଲା । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ପୋଡି ଜଳି ଯାଇଛି । ସେହିରପି ଘୁଷୁରାମୁଣ୍ଡା ଗାଁ ନିକଟ ଜଙ୍ଗଲରେ ବନୀକରଣ ପାଇଁ ୨୫ ଲକ୍ଷ ୫୩ ହଜାର ୬୦୩ ଟଙ୍କା ଅଟକଳରେ ବନୀକରଣ ହୋଇଛି । ସେଠି ମଧ୍ୟ ସ୍ଥିତି ସମାନ । କୋଟିକୋଟି ଟଙ୍କା ପାଣି ଭଳି ବୁହାଉଛନ୍ତି ସରକାର । ଅଭୟ ପାଠକ ଓ ତାଙ୍କ ଅଧୀନସ୍ଥ ଅଧିକାରୀଙ୍କ ବିପୁଳ ସମ୍ପତ୍ତି ଠାବ ହେବା ପରେ ସରକାର ତଥା ଭିଜିଲାନ୍ସ କାହିଁ ଅନ୍ୟ ଅଧିକାରୀଙ୍କ ଉପରେ ପଦକ୍ଷେପ ନେଉ ନାହିଁ?

ଅଭୟ ପାଠକଙ୍କ ଦୁର୍ନୀତି ପେଡି ଖୋଲି ଭିଜିଲାନ୍ସ ଓ ରାଜ୍ୟ ସକାର ନିଜ ପିଠି ଥାପୁଡାଉଛନ୍ତି । କିନ୍ତୁ ଦୁର୍ନୀତିର ଚେର ଚିହ୍ନଟକୁ ଏଡା ଯାଉଛି । ଆଇଏଫଏସ ଅଭୟଙ୍କ ସମ୍ପତ୍ତିର କଚ୍ଚା ଚିଠା ସାର୍ବଜନୀନ ହୋଇନଥିଲେ ମଧ୍ୟ ଏହା ପ୍ରାୟ ୨୦ କୋଟିରୁ ଅଧିକ ରହିଛି । ତାଙ୍କ ଅଧୀନସ୍ଥ କର୍ମଚାରୀଙ୍କ ସମ୍ପତ୍ତି ୨ କୋଟିରୁ ଊର୍ଦ୍ଧ୍ୱ ରହିଛି । ଭିଜିଲାନ୍ସ ବିଭାଗରେ କାର୍ଯ୍ୟ କରୁଥିବା ଅଧସ୍ଥନ କର୍ମଚାରୀଙ୍କୁ ଧରୁଥିବା ବେଳେ କିନ୍ତୁ ଉଚ୍ଚ ପଦାଧିକାରୀଙ୍କୁ ଧରିବାର ସାହସ ଜୁଟାଇ ପାରୁନାହିଁ । ଏହାକୁ ନେଇ ସରକାର ତଥା ଭିଜିଲାନ୍ସର ତଦନ୍ତକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଜଙ୍ଗଲ ବିଭାଗର ମନ୍ତ୍ରୀ ଭାବେ ବିକ୍ରମ ଆରୁଖ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟକରୁଛନ୍ତି । କିନ୍ତୁ ବିଭାଗରେ ହେଉଥିବା ବିଭିନ୍ନ ଅନିୟମତତା ସମ୍ପର୍କରେ ସେ ଅନଭିଜ୍ଞ । ତେବେ ବାସ୍ତବରେ ସେ ଏସବୁ ବିଷୟରେ ସେ ଜାଣନ୍ତି ନାହିଁ ନା ନିଜ ପର୍ସେଣ୍ଟେଜ ଠିକ ସମୟରେ ମିଳିଯାଉ ଥିବାରୁ କାର୍ଯ୍ୟର ତଦରଖର ଆବଶ୍ୟକତା ମନେ କରୁ ନାହାନ୍ତି? ସେହିପରି ଆଡିସିନାଲ ଚିଫ ସେକ୍ରେଟାରୀ ମୋନା ଶର୍ମା, ପ୍ରିନ୍ସିପାଲ ଚିଫ କନଜର୍ଭେଟର ସନ୍ଦିପ ତ୍ରିପାଠୀ ମଧ୍ୟ ପାଠକଙ୍କ ଉପରେ ରହିଛନ୍ତି ।

ସାଧାରଣତଃ ଘରର ମୁଖିଆ ନୀତିବାନ, ନ୍ୟାୟବନ୍ତ ହୋଇଥିଲେ ପରିବାରର ଅନ୍ୟ ସଦସ୍ୟ ତାଙ୍କ ପଦାନୁଶରଣ କରିଥାନ୍ତି । ସେହିପରି ଘରର ମୁଖିଆ ଦୁର୍ନୀତିଗ୍ରସ୍ତ, ଅପରାଧି ଓ ନଷ୍ଟ ଚରିତ୍ରର ହୋଇଥିଲେ ପିଲାମାନେ ଅନୁରୂପ ହୋଇଥିବା ଦେଖିବାକୁ ମିଳିଥାଏ । ତେଣୁ ଅଭୟ ପାଠକଙ୍କ ଦୁର୍ନୀତି ପେଡି ବିଭାଗୀୟ ମନ୍ତ୍ରୀ, ସଚିବମାନଙ୍କ ସ୍ୱଚ୍ଛତା ପ୍ରତିପାଦନ କରୁଛି । ଏତେ ସବୁ ପରେ ସରକାର ତଥା ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ମୋ ସରକାର ତଥା ଏହାର ମୁଖ୍ୟ ଭି କେ ପାଣ୍ଡିଆନ କାହିଁ ଚୁପ ବସିଛନ୍ତି? କାହିଁ ବିଭାଗୀୟ ମନ୍ତ୍ରୀ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଧରୁନାହିଁ ଭିଜିଲାନ୍ସ? ବିକ୍ରମଙ୍କୁ ନିଜ ଛତ୍ରଛାୟାତଳେ ରଖି କାହିଁ ଛୋଟ ମାଛଙ୍କୁ ଧରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛି ସରକାର ଓ ମୋ ସରକାର?

 

Related posts

ଜିଲ୍ଲାପାଳ ହେବ ତ ଏମିତି,ବୃଦ୍ଧାଙ୍କୁ ଥଇଥାନ କରି ଚର୍ଚ୍ଚାରେ ଅଜିତ

Report

ମାଲକାନଗିରି ଜିଲ୍ଲାରେ ପ୍ରଜାମେଳା

Report

ନିଆରା ରଥଯାତ୍ରା ,ଗୋଟିଏ ଦିନ ପରିବର୍ତ୍ତେ ହୋଇଥାଏ ତିନି

Report

Leave a Comment