ବ୍ୟୁରେ:ବର୍ତ୍ତମାନ ନୋଟକୁ ନେଇ ରାଜନୀତି ସରଗରମ ରହିଛି । ଭାରତୀୟ ନୋଟରେ ରହିଛି ଜାତିରପିତା ମହାତ୍ମା ଗାନ୍ଧିଙ୍କ ଫୋଟୋ । କିନ୍ତୁ ଏହି ନୋଟରେ ବର୍ତ୍ତମାନ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ଶ୍ରୀ ଗଣେଷଙ୍କ ଛବି ମଧ୍ୟ ଲଗାଇବା ପାଇଁ ଚେଷ୍ଠା ଚାଲିଛି ।ଏ ନେଇ ଆମ ଆଦମି ପାଟିର ନେତା ଅରବିନ୍ଦ କ୍ରେଜିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ।ତେବେ ଆସନ୍ତୁ ଜାଣିବା କିଏ ଏବଂ କେବେ ଏହି ନୋଟର ପରିଚାଳନା କରିଥିଲେ ।
ତେବେ ପ୍ରାଚୀନ କାଳରେ ଭାରତରେ କୌଣସି ମୁଦ୍ରା କିମ୍ବା ନୋଟର ବ୍ୟବହାର କରଯାଉନଥିଲା । ଜିନିଷ ବଦଳରେ ଜିନିଷର ଆଦାନ ପ୍ରଦାନ କରଯାଉଥିଲା । କିନ୍ତୁ ଅ।।ଜିକୁ ପ୍ରାୟ ୨୭୦୦ ସହ ବର୍ଷ ପୂର୍ବରୁ ଭାରତରେ ମୁଦ୍ରାର ପ୍ରଚଳନ ଆରମ୍ଭ ହୋଇଥଲା । ଏହି ମୁଦ୍ରାର ବ୍ୟବହାର ବହୁ ସମୟ ଧରି ହୋଇଥିଲା । ପାଖାପାଖି ୧୭୦୦ ଶତାଦ୍ଦୀ ପର୍ଯ୍ୟନ୍ତ ମୁଦ୍ରାର ବ୍ୟବହାର କର।ଯାଉଉଥିଲା । କିନ୍ତୁ ଏହା ପରେ ଯେତେବେ ୟୁରୋପୀୟ କମ୍ପାନୀ ଭାରତକୁ ଆସିଲେ, ସେମାନେ ତାଙ୍କର ସୁବିଧା ।ଇଁ ଏକ ବ୍ୟାଙ୍କ ସ୍ଥାନା କରିଥିଲେ । ଏହା ପରେ ମୁଦ୍ରା ବଦଳରେ କାଗଜ ନୋଟର ବ୍ୟବହାର ଆରମ୍ଭ ହୋଇଗଲା ।
ତେବେ ସର୍ବ୍ରଥମେ ଭାରତରେ କାଗଜ ନୋଟର ବ୍ୟବହାର କଲକୋତାର ବ୍ୟାଙ୍କ ଅଫ୍ ହିନ୍ଦୁସ୍ଥାନ ଦ୍ୱାରା ୧୭୧୭ ମସିହାରେ ଆରମ୍ଭ ହୋଇଥିଲା । ଏହି ନୋଟର ବ୍ୟବହାର ପ୍ରାୟ ୯୧ ବର୍ଷ ର୍ପ୍ୟନ୍ତ ତଥା ୧୮୬୧ ମସିହା ର୍ପ୍ୟନ୍ତ କର।ଯ।ଇଥିଲା । ଏହା ପରେ ପୁଣି ଥରେ ଇଂରେଜ ସରକାର କାଗଜ ନୋଟକୁ ନେଇ କିଛି ନୂଆ ନିୟମ କରିଥିଲେ । ୧୮୬୧ ପୂର୍ବରୁ ପ୍ରଚଳିତ ହେଉଥିବା ନୋଟ ଭାରତର ବିଭିନ୍ନ ରାଜ୍ୟ ଏବଂ ବ୍ରିଟିଶ ବ୍ୟବସାୟୀଙ୍କ ଦ୍ୱାରା ପ୍ରତିଷ୍ଠା କର।ଯାଇଥିବା ବ୍ୟାଙ୍କ ଦ୍ୱାରା ହିଁ ପ୍ରଚଳନ କର।ଯାଉଥିଲା । କିନ୍ତୁ ୧୮୬୧ ମସିହାରେ ବ୍ରଟିଶ ସରକାର ପେର କରେନ୍ସି ଆକ୍ଟ ୧୮୬୧ ତିଆରି କରିଥିଲେ ।
ଏହା ପରେ ରାଣୀ ଭିକ୍ଟୋରିଆ ପୋଟ୍ରେଟ ସିରିଜ ଅନୁସାରେ କାଗଜ ନୋଟ ପ୍ରଚଳନ କରାଗଲା । ସେହି ସବୁ ନୋଟଗୁଡିକ ମଧ୍ୟରେ ୧୦, ୨୦,୫୦,୧୦୦ ଏବଂ ୧୦୦୦ ଟଙ୍କିଆ ନୋଟ ରହିଥିଲା ଏବଂ ସେହି ନୋଟରେ ମଧ୍ୟ ରାଣୀ ଭିକ୍ଟୋରିଆଙ୍କର ଏକ ଫଟୋକୁ ସ୍ଥାନୀତ କରାଯାଇଥିଲା । ଏଭଳି ଭାବେ ଭାରତରେ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା । ୧୯୨୩ ମସହାରେ ବ୍ରିଟିଶ ସରାକାର ଦ୍ୱାରା ପ୍ରଚଳନ କରାଯାଉଥିବା ନୋଟରେ କିଙ୍ଗ ଜର୍ଜ ପଞ୍ଚମଙ୍କ ଚିତ୍ର ଛଫା ଯାଇଥିଲା । ପରେ କରେନ୍ସି ଆକ୍ଟ ୧୮୬୧ ତିଆରି କରିଥିଲେ । ଏଥିରେ ରାଣୀ ଭିକ୍ଟୋରିଆ ପ୍ରୋଟ୍ରେଟ ସିରିଜ ଅନୁସାରେ କାଗଜ ନୋଟ ପ୍ରଚଳନ କରିଗଲା ।ଏହା ପରେ୧୯୨୩ ମସହାରେ ବ୍ରିଟିଶ ସରାକାର ଦ୍ୱାରା ପ୍ରଚଳନ କରାଯାଉଥିବା ନୋଟରେ କିଙ୍ଗ ଜର୍ଜ ପଞ୍ଚମଙ୍କ ଚିତ୍ର ଛଫା ଯାଇଥିଲା । ଏହାର କିଛି ଦିନ ପରେ ପ୍ରଥମଥର ପାଇଁ ମହାରାଷ୍ଟ୍ରର ନାସିକରେ୧୯୨୮ ମସିହାରେ ପ୍ରିଣ୍ଟିଙ୍ଗ ପ୍ରେସ ତିଆରି କରାଯାଇଥିଲା ।
କିନ୍ତୁ ଏହା ପୂର୍ବରୁ ସବୁ ନୋଟ ଗୁଡିକ ବ୍ୟାଙ୍କ ଅଫ୍ ଇଲଣ୍ଡରୁ ଛପା ହୋଇଆସୁଥିଲା । ଏହା ରେ ୧୯୩୫ ମସିହାରେ ରିଜଭ ବ୍ୟାଙ୍କ ତଥା(ଆରବିଆଇର)ର ପ୍ରତିଷ୍ଠା କରାଯାଇଥିଲା । ଇଂରେଜ ସରକାର ୧୯୩୮ ମସିହାରେ ଭାରତ ସରାକାରଙ୍କୁ ନୋଟ ପ୍ରଚଳନ କରିବାର ଅଧିକାର ଦେଇଦେଇଥିଲେ । ଆରବିଆଇ ଦ୍ୱାରା ସର୍ବଥମେ ୫ ଟଙ୍କିଆ କାଗଚ ନୋଟ ଛପା ଯାଇଥିଲା । ଏହା ରେ ଆରବିଆଇ ଦ୍ୱାରା ୧୦ ହଜାର ଟଙ୍କିଆ କାଗଜ ନୋଟ ମଧ୍ୟ ଛପା ଯାଇଥିଲା । ଏଥି ମଧ୍ୟରେ ନୋଟରେ ବହୁ ପ୍ରକାର ପରିବର୍ତ୍ତନ କରାଯାଇଥିଲା ।
ଶେଷରେ ୧୯୯୬ ମସିହାରେ ମହାତ୍ମା ଗାନ୍ଧିଙ୍କ ଫଟୋଥିବା ନୋଟ ଛଫା ଯାଇଥିଲା । ତେବେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କରିଥିବା ଆବେଦନ ଦ୍ୱାରା ନୋଟରେ ପରିବର୍ତ୍ତନ ହେବ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର ।