ନୂଆଦିଲ୍ଲୀ: ବଜାରରେ ନାହିଁ ୨୦୦୦ ଟଙ୍କିଆ ନୋଟ । ଆର ବି ଆଇ ପାଖରେ ବି ତଥ୍ୟ ନାହିଁ । କଳାଧନ କାରବାର ଉପରେ ରୋକ ଲଗାଇବାକୁ ୨୦୧୬ ନେଭମ୍ବର ୮ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ନୋଟବନ୍ଦୀ । ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିମୁଦ୍ରା କରଣ ପାଇଁ ଛପା ହୋଇଥିବା ୫୪ କୋଟି ୨୦୦୦ ଟଙ୍କିଆ ନୋଟ ସାଙ୍ଗକୁ ୧୬୨୬ କୋଟି ୫୦୦ ଟଙ୍କିଆ ନୋଟ ବ୍ୟାଙ୍କ ଓ ବଜାର ଉଭୟ ଜାଗାରୁ ଗାୟବ । ଏବଂ ଯାହାର ହିସାବ ନଦେଇ ଆର ବି ଆଇ ବି ହାତ ଟେକି ଦେଇଛି । ତେବେ ଗାୟବ ହୋଇଥିବା ଏହି ସବୁ ନୋଟର ମୂଲ୍ୟ ୯ ଲକ୍ଷ ୨୧ ହଜାର କୋଟି ହେବ ଏବଂ ଏହି ନୋଟ ନାଁ ବ୍ୟଙ୍କରେ ଜମା ହୋଇଛି ନାଁ ଏହା ବଜାରରେ କାରବାର ହେଉଛି ! ରିଜର୍ଭ ବ୍ୟାଙ୍କ ଏ ନେଇ କୌଣସି ଟେର ପାଉନଥିବା ତାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି ।
୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ନେଇଥିବା ନୋଟ୍ ବନ୍ଦୀ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ନୋଟବନ୍ଦୀ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ଆଜି ହେବ । ଏହାକୁ ମିଶାଇ ୫ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ଜଣ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସଂଜୟ କିଷନ କୌଲଙ୍କ ନେତୃତ୍ୱରେ ୫ସଦସ୍ୟ ବିଶିଷ୍ଟ ୩ଟି ଖଣ୍ଡପୀଠ ଦୀର୍ଘ ବର୍ଷ ହେବ ପଡିଥିବା ବିଭିନ୍ନ ମାମଲାର ଶୁଣାଣି କରୁଛନ୍ତି ।
ଚତୁର୍ଥ ଖଣ୍ଡପୀଠ ଜଷ୍ଟିସ ଏସ ଅବଦୁଲ ନାଜିରଙ୍କ ଅଦ୍ୟକ୍ଷତାରେ ଗଠିତ ହୋଇଛି ଯେଉଁଥିରେ ଜଷ୍ଟିସ ବିଆର ଗୋଭାଇ, ଜଷ୍ଟିସ ଏସ୍ ବୋପନ୍ନା, ଜଷ୍ଟିସ ଭି ସୁବ୍ରମଣ୍ୟମ ଏବଂ ଜଷ୍ଟିସ ବିଭି ନାଗରତ୍ନା ରହିଛନ୍ତି । ଏହି ଖଣ୍ଡପୀଠ ୫ଟି ମାମଲାର ଶୁଣାଣି କରିବ । ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍ ବିମୁଦ୍ରାୟନ ନିଷ୍ପତିକୁ ଚ୍ୟାଲେଞ୍ଜ କରି ଦାଏର ୫୮ଟି ଆବେଦନର ଶୁଣାଣି ଆରମ୍ଭ ହେବ ।