କେଉଁ ଟୀକାର ଗୋଟିଏ ଡୋଜ କରୋନା ରୋକିବ ?

0

ନୂଆଦିଲ୍ଲୀ (ରିପୋର୍ଟର୍ସ ଟୁଡେ) : କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ ହୋଇଛି । ଏହା ଭିତରେ ଅନେକ ଟୀକାର ଦୁଇଟି ଡୋଜ ଦିଆଯାଉଛି । ଦେଶରେ ସାର୍ବଜନିକ ଟୀକାକରଣ ଚାଲିଛି ଜନସଂଖ୍ୟାର ଏକ ବୃହତ ଅଂଶ ଏପର୍ଯ୍ୟନ୍ତ ଦ୍ୱୀତିୟ ଡୋଜ ଟୀକାକରଣ ଅପେକ୍ଷାରେ ରହିଛିନ୍ତି । ସେଲ ରିପୋଟରସ ମେଡିସିନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ , ଗବେଷକ ମାନେ ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ ଋଷିଆ ଟିକା, ସ୍ପୁଟନିକ୍-ଭି କରୋନାର ସାର୍ସ-ସିଓଭି-୨ ଭୂତାଣୁ ବିରୋଧରେ ଦୃଢ ଆଣ୍ଟିବଡି ଉତ୍ପାଦନ ପାଇଁ ଯଥେଷ୍ଟ ହୋଇପାରେ । ଋଷିଆ ଟିକା ସ୍ପୁଟନିକ-ଭିର ଦୁଇଟି ଡୋଜ କରୋନା ସଂକ୍ରମଣ ବିରୁଦ୍ଧରେ ୯୨ ପ୍ରତିଶତ ପ୍ରଭାବଶାଳୀ ହୋଇପାରେ । କିନ୍ତୁ ନିକଟରେ ହୋଇଥିବା ଅଧ୍ୟୟନ ରେ ବୈଜ୍ଞାନିକ ମାନେ କହିଛନ୍ତି ଏହି ଟିକାର ଗୋଟିଏ ମାତ୍ର ନେବା ପରେ ମଧ୍ୟ ଭଲ ଫଳାଫଳ ମିଳୁଛି ।