Reporters Today
  • Home
  • ଓଡିଶା
  • ସରକାରୀ ସ୍କୁଲରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପେଣ୍ଡାଲ କରିବାକୁ ଅନୁମତି ଦେଲା କିଏ ?
ଓଡିଶା

ସରକାରୀ ସ୍କୁଲରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପେଣ୍ଡାଲ କରିବାକୁ ଅନୁମତି ଦେଲା କିଏ ?

(ଭୁବନେଶ୍ୱର / ରାଜେଶ ସାହୁ): ପିପିଲି ଉପନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗିଛି । ଯେଉଁ ଅଞ୍ଚଳରେ ଆଚରଣ ବିଧି ଲାଗୁ ହୋଇଥାଏ, ସେ ଅଞ୍ଚଳର ସରକାରୀ ଜିନିଷ ବ୍ୟବହାର କରିପାରିବେନି କୌଣସି ରାଜନୈତିକ ଦଳ । ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଚାରରେ ସରକାରୀ ସ୍କୁଲ ବ୍ୟବହାର କରିବାକୁ ବ୍ୟବସ୍ଥା କରାଯାଇଛି । ଯାହା ସମ୍ପୂର୍ଣ ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରିବାକୁ ଯାଉଛନ୍ତି । ବିଜେଡ଼ି ସଭାପତିଙ୍କ ଭର୍ଚୁଆଲ ରାଲିରେ ସରକାରୀ ସ୍କୁଲର ବ୍ୟବହାର ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ମୁଖପାତ୍ର ସୋନାଲି ସାହୁ, ବରିଷ୍ଠ ନେତା ସଜନ ଶର୍ମା ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ପାଇଁ ବ୍ୟବହାର ହେବାକୁ ଥିବା ସ୍କୁଲର ଫଟୋ ଓ ଅନ୍ୟାନ୍ୟ ତଥ୍ୟ ସିଇଓଙ୍କୁ ପ୍ରଦାନ କରିଛନ୍ତି । ନିର୍ବାଚନ ଆଚରଣ ବିଧି ଉଲଂଘନ କରିବାର ଅଧିକାର କାହାର ନାହିଁ । ଯେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ପାଇଁ ପେଣ୍ଡାଲ ହୋଇଛି ତାହା ପିପିଲି ବାଲିଆବିଲ ୟୁପି ସ୍କୁଲ । ଏପରି କରିବା ନିମନ୍ତେ ବିଜେଡିକୁ କିପରି ଅନୁମତି ମିଳିଲା, ଏହା ଉପରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହା ସହ ଏହି କାର୍ୟ୍ୟକ୍ରମ ବନ୍ଦ କରିବା ନିମନ୍ତେ ଦାବି କରିଛନ୍ତି ।

Related posts

ଦୁଇ ଦିନିଆ କନ୍ଧମାଳ ଗସ୍ତରେ କଲେ ରାଜ୍ୟପାଳ ଗଣେଶୀ ଲାଲ

Report

ଗୃହ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା

Report

ଡ଼ିଜିପି ବିକେ ଶର୍ମାଙ୍କୁ ଭେଟିଲେ ତିନି ଆଇପିଏସ ଅଫିସର

Report

Leave a Comment