ରାଜବୀର ମାଙ୍କ ସହ ଅଶ୍ଳୀଳ ଚାଟିଂ କରୁଛି କିଏ ?

0

ବ୍ୟୁରୋ: ରାଜ୍ୟରେ କୁନି ରାଜବୀରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ୧୬ କୋଟିର ଇଞ୍ଜେକ୍ସନ ପାଇଁ ଟଙ୍କା ଆବଶ୍ୟକ ଥିଲା । ସେଥିପାଇଁ ରାଜବୀରର ବାପାମଆ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଧିରେ ଧିରେ ଓଡିଶାବାସୀ ସାହାଯ୍ୟର ହାତ ବଢାଇଥିଲେ । ହେଲେ ରାଜବୀର ନାରେ ଟଙ୍କା ଆଦାୟ ହେଉଥିବା କିଛି ଲୋକେ କହିଥିଲେ । ଏମିତି ବି ଚର୍ଚ୍ଚା ହେଲା ଯେ, ରାଜବୀର ବାପାମଆ ଦଲାଲୀଙ୍କ ସହ ମିଶି ଟଙ୍କା ମାଗୁଛନ୍ତି । ଫଳରେ ଅନେକ ଲୋକ ମୁହଁ ଫେରାଇ ନେଇଥିଲେ । ପରେ ରାଜବୀର ମା ଅଭିଯୋଗ କଲେ ଯେ ତାଙ୍କୁ ଅଶ୍ଳୀଳ ଭିଡିଓ ପଠାଯାଉଛି ।

ରାତିରେ ମଧ୍ୟ ଭିଡିଓ କଲ୍ କରି ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଥିବା ରାଜବୀରଙ୍କ ମାଆ କହିଥିଲେ । ତଥାପି ପୁଅ ପାଇଁ ଲଢେଇ ଜାରି ରଖିଥିଲା ମାଆ । ଶେଷରେ ରାଜବୀର ଚିକିତ୍ସା ଆରମ୍ଭ କରାଯାଇଥିଲା । ହେଲେ ଏବେ ରାଜବୀର କେମିତି ଅଛନ୍ତି , ରାଜବୀରର ଚିକିତ୍ସା ଚାଲିଛି ତ, କେଉଁଠି ଅଛନ୍ତି ରାଜବୀର ଘରେ ନାଁ ମେଡିକାଲରେ, ତାହା ବି ରାଜବୀରର ମା ଲୋକଙ୍କ ସାମ୍ନାକୁ ଆଣୁନାହାନ୍ତି । ରାଜବୀର ପାଇଁ ଏବେ ଟଙ୍କା ଲୋକେ ଦେଉଛନ୍ତି କି, ଯଦି ଟଙ୍କା ଆସୁଛି, ତାହେଲେ ରାଜବୀରର ଇଞ୍ଜେକ୍ସନ ପାଇଁ ଯେତିକି ଟଙ୍କା ଦରକାର ତାହା ପୂରଣ ହୋଇଛି କି? ଯାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ । ଦିନେ ଯେଉଁ ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା , ସେ ଘଟଣା ଏବେ ସମସ୍ତଙ୍କ ମନରୁ ଲିଭିଯାଇଛି ।