ବିଶ୍ୱ ଧନୀ ତାଲିକାରେ କେତେ ନମ୍ବରରେ କିଏ ଅଛନ୍ତି?

0

ବ୍ୟୁରୋ: ବିଶ୍ୱର  ସବୁଠାରୁ  ଧନୀ ଏଲନ୍ ମସ୍କ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ମୋଟ୍ ସମ୍ପତିର ପରିମାଣ ୨୪୯ ବିଲିୟନ୍ ଡଲାର ରହିଛି । ତାଙ୍କ ପଛକୁ ଜେଫ୍ ବେଜୋସ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତି ୧୭୬ ବିଲିୟନ୍ ଡଲାର ରହିଛି । ଏହା ପଛକୁ ପଛ ବର୍ନାର୍ଡ ଅର୍ନଲ୍ଟ, ବିଲ୍ ଗେଟସ୍ ତୃତୀୟ ସ୍ଥାନରେ ଅଛନ୍ତି ଓ ବରିନ୍ ବଫେଟ୍ ଯଥାକ୍ରମେ , ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ।

ବିଶ୍ୱର ଧନୀ ତାଲିକାର ଷଷ୍ଠ ସ୍ଥାନରେ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ । ବିଶ୍ୱର ବଡ ବଡ ଧନୀଙ୍କୁ ପଛରେ ପକାଇ ଏବେ ସେ ଏହି ଲିଷ୍ଟର ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ତେବେ କିଛି ଦିନ ହେଲା ଅଦାନୀଙ୍କ ସମ୍ପତ୍ତିର ପରିମାଣ ଦ୍ରୁତ ଗତିରେ ବଢୁଥିବା ଦେଖିବାକୁ ମିଳିଛି । ବ୍ଲୁମବର୍ଗ ବିଲିୟନର୍ସ ଇଣ୍ଡେକ୍ସ ଅନୁସାରେ ଗୌତମ ଅଧାନୀଙ୍କ ପାଖରେ ୧୧୮ ବିଲିୟନ ଡଲାର ଥିବା ଜଣାପଡିଛି ତେବେ ଏହା ସହିତ ଅଦାନୀ ବିଶ୍ୱର ବଡ ବଡ ଉଦ୍ୟୋଗପତିଙ୍କୁ ବି ପଛରେ ପକାଇ ଦେଇଛନ୍ତି ।

ଗୁଗୁଲର ସହ ପ୍ରତିଷ୍ଠାତାଙ୍କୁ ମଧ୍ୟ ଅଦାନୀ ରେସରେ ପଛରେ ପକାଇ ଦେଇଛନ୍ତି । ସେହି ଦୁଇ ଉଦ୍ୟୋଗପତିଙ୍କ ପାଖରେ ୧୧୬ ବିଲିୟନ୍ ଡଲାର ଓ ୧୧୧ ବିଲିୟନ୍ ଡଲାର ଥିବାବେଳେ, ଅଦାନୀଙ୍କ ପାଖରେ ୧୧୮ ବିଲିୟନ୍ ଡଲାର ସମ୍ପତି ରହିଛି । ଅନ୍ୟପଟେ ମୁକେଶ ଅମ୍ପାନୀ ଏବେ ଏହି ଲିଷ୍ଟର ୧୧ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତିର ପରିମାଣ ୯୭.୪ ବିଲିୟନ୍ ଡଲାର ବୋଲି ଜଣାପଡିିଛି । ତେବେ ଗତବର୍ଷରୁ ଚଳିତ ବର୍ଷ ଭିତରେ ଅମ୍ବାନୀଙ୍କ ସମ୍ପତ୍ତି ୭.୪୫ ବିଲିୟନ୍ ଡଲାର ବୃଦ୍ଧି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି ।ଧନୀ ଲିଷ୍ଟର ଏହି ତାଲିକାରେ ଅଦାନୀଙ୍କ ଆଗକୁ ୫ ଜଣ ରହିଛନ୍ତି ।