କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମିଳିବ ମାନ୍ୟତା

ଖୁବ ଶୀଘ୍ର ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ମିଳିବ ମାନ୍ୟତା ।

0

(ଦିଲ୍ଲୀ) : ଖୁବ ଶୀଘ୍ର ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ମିଳିବ ମାନ୍ୟତା । ଚଳିତ ମାସରେ ହିଁ ହୁ’ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବ। କୋଭାକ୍ସିନକୁ ନେଇ ହୁ’ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଭାରତ ବାୟୋଟେକ ଦେଇଛି। ଏହି ଉତ୍ତରରେ ହୁ’ ସନ୍ତୁଷ୍ଟ ମଧ୍ୟ ହୋଇଛି। ତେଣୁ ଚଳିତ ମାସରେ କୋଭାକ୍ସିନକୁ ହୁ’ emergency use listing (EUL) ପାଇଁ ଅନୁମୋଦନ ଦେବ ବୋଲି କମ୍ପାନୀ ସୂତ୍ରରୁ ଜଣାପଡ଼ିଛି।

ସୂଚନାନୁଯାୟୀ , କୋଭାକ୍ସିନକୁ ହୁ’ ମାନ୍ୟତା ଦେଇ ନଥିବାରୁ ଏକାଧିକ ରାଷ୍ଟ୍ର ଏହାକୁ କରୋନା ବିରୋଧରେ ବୈଧ ଟିକା ଭାବେ ଅନୁମୋଦନ କରୁନାହାନ୍ତି। ତେଣୁ ଏହି ଟିକା ନେଇଥିବା ଭାରତୀୟଙ୍କୁ ବିଦେଶ ଗସ୍ତ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଅନେକ ରାଷ୍ଟ୍ର ହୁ କିମ୍ବା ୟୁରୋପୀୟ ୟୁନିୟନ ପକ୍ଷରୁ ମାନ୍ୟତା ଲାଭ କରିଥିବା ଟିକାକୁ ହିଁ ବୈଧ ବବେଚନା କରୁଛନ୍ତି।