କୋଭାକ୍ସିନ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

କରୋନା ଟିକା କୋଭାକ୍ସିନ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ)।

0

(ଦିଲ୍ଲୀ) : କରୋନା ଟିକା କୋଭାକ୍ସିନ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ)। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ କୋଭାକ୍ସିନ୍‌ ଟିକାର ସପ୍ଲାଏ ଉପରେ ହୁ ପ୍ରତିବନ୍ଧକ ଲଗାଇଛି। ଏନେଇ ଶନିବାର ହୁ’ ପକ୍ଷରୁ ସୂଚନା ଦିଆଯାଇଛି।

ହୁ’ର ବୟାନ ଅନୁଯାୟୀ, ଟିକା ଗ୍ରହଣ କରୁଥିବା ଦେଶମାନଙ୍କୁ WHO ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି, କିନ୍ତୁ କ’ଣ ପଦକ୍ଷେପ ନିଆଯିବ ତାହା କୁହାଯାଇନି। WHO କହିଛି ଯେ, ଏହି ଟିକା ପ୍ରଭାବଶାଳୀ ଅଟେ। ଏହାର ନିରାପତ୍ତାକୁ ନେଇ କୌଣସି ଚିନ୍ତା ନାହିଁ, କିନ୍ତୁ ଏହି ପ୍ରତିବନ୍ଧକ ଲଗାଇବା ଦ୍ୱାରା କୋଭାକ୍ସିନ ଯୋଗାଣରେ ସାମାନ୍ୟ ବାଧା ସୃଷ୍ଟି ହେବ।

ତେବେ ମାର୍ଚ୍ଚ ୧୪ ରୁ ୨୨ ପର୍ଯ୍ୟନ୍ତ WHO ପୋଷ୍ଟ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଯାଞ୍ଚର ଫଳାଫଳ ଉତ୍ତରରେ ଏହି ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି। ଟିକା ଉତ୍ପାଦନକାରୀ ବାୟୋଟେକ୍‌ ମଧ୍ୟ ରପ୍ତାନି ପାଇଁ କୋଭାକ୍ସିନ ଉତ୍ପାଦନକୁ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଛି।