Reporters Today
ବିଶେଷ

କିଏ କହୁଛି ଆଈ ମା’ କାହାଣୀ?

ଭୁବନେଶ୍ୱର/ଶିଳାସ୍ମିତା ରାୟ: ବିଜେଡିର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବର୍ତ୍ତମାନର ନେତା ଅତନୁ ସବ୍ୟସାଚୀ ନାୟକ । ସେ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗରେ ସାମ୍ବାଦିକଙ୍କୁ କହିଲେ, ପାଣିଗ୍ରାହୀ ଆଈ ମା କାହାଣୀ ଶୁଣାଇ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଲୋକେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ବିଷୟରେ । ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ଏକାଧିକ ସିଟିଂ ମନ୍ତ୍ରୀଙ୍କୁ ମଧ୍ୟ ଛାୟା ଦୁର୍ନୀତିରେ ଲିପ୍ତ କାରଣରୁ ବହିଷ୍କାର କରିଛନ୍ତି । ମୁଖ୍ୟମନ୍ତ୍ରୀ କଦାପି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ ।

ଆମେ ମଧ୍ୟ ଅତୀତରେ ତାହା ଦେଖିଛୁ । ସେହି ଛାୟା ଦୁର୍ନୀତିରେ କେବଳ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିବା ନେତାମାନେ ହିଁ ଥିଲେ । ପ୍ରତିଷ୍ଠାତା ସଦସ୍ୟଙ୍କ ନାମରେ ଅଭିଯୋଗ ହେଉଥିଲା । ବର୍ତ୍ତମାନ ସରକାରର ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସର ନମୁନା ଦେଖିବାକୁ ମିଳୁନାହିଁ । ଅତନୁ ଆଜି ପ୍ରଦୀପଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ତାଙ୍କୁ ଜନବିରୋଧୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଦଳର କୌଣସି ନେତା ମନ୍ତ୍ରୀଙ୍କ ନାମରେ କିଛି ବି ଅଭିଯୋଗ ଆସିଲେ ତାକୁ ସହ୍ୟ କରୁନଥିବା ଗଣମାଧ୍ୟମ ଆଗରେ ବାହସ୍ପଟ ମାରୁଛନ୍ତି । ତାଙ୍କ ଏହି ବାହସ୍ପଟ ଶୁଣିବା ନ ହସି ରହି ହେଉନି । ମହାକାଳପଡା ବିଧାୟକଙ୍କ ଏହି ଦୃଢୋକ୍ତି ଦେଖି ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଚୋର ମୁହଁ ଟାଣ । ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ସରକାର ଓ ତାଙ୍କ ନେତା ମନ୍ତ୍ରୀ ମିଛ କହିବାରେ ସତେ ଯେମିତି ପିଏଚଡି କରିଗଲେଣି । ନୋହିଲେ ମାଳମାଳ ଦୁର୍ନୀତିରେ ଡୁବି ରହିଥିବା ଅତନୁ କ୍ୟାମେରା ଆଗରେ ଏତେ ବଡବଡ କଥା କହୁନଥାନ୍ତେ । ଏମାନଙ୍କର ବିବେକ, ନୈତିକତା ପୋଡି ପାଉଁଶ ହୋଇଗଲାଣି ।

ଅତନୁ ହୁଏତ ଭୁଲିଯାଇଛନ୍ତି, ଏକଦା ସେ ପ୍ୟାରୀ ମହାପାତ୍ରଙ୍କ ଅତି ବିଶ୍ୱସ୍ତ ଥିଲେ । ପ୍ୟାରୀଙ୍କ ମିଡ ନାଇଟ ଅପରେସନ ପରେ ତାଙ୍କ ଘରେ ଭିଜିଲାନ୍ସ ଚଢାଉ ଆଶଙ୍କାରେ ଅତନୁଙ୍କୁ ସେ ୪୦୦ କୋଟି ଟଙ୍କା ଦେଇଥିଲେ ସୁରକ୍ଷିତ ରଖିବାକୁ, ଯାହା ଅତନୁ ଆଉ ଫେରାଇ ନାହାନ୍ତି । ଏହା ମଧ୍ୟରେ ପ୍ୟାରୀଙ୍କର ସ୍ୱର୍ଗବାସ ହୋଇଯାଇଛି । ଆଉ ଅତନୁଙ୍କ ନାଁ ଶୁଣିଲେ ଏବେ ମଧ୍ୟ ପ୍ୟାରୀଙ୍କ ବିଧବା ପତ୍ନୀ ଅତନୁ କେବେ ମରିବ ବୋଲି କହୁଥିବା ଶୁଣିବାକୁ ମିଳୁଛି । ମୋ ସର୍ବନାଶର କାରଣ ଅତନୁ ବୋଲି ଶ୍ରୀମତି ମହାପାତ୍ର କହିବୁଲୁଛନ୍ତି । ଏହି ବିଧାବା ମହିଳା ସଂଜ ସକାଳେ କୁଆଡେ ଅତନୁଙ୍କ ମୃତ୍ୟୁ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ତେବେ ଅତନୁ ଅର୍ଥ ହଡପ ନେଇ ପ୍ରଦୀପଙ୍କୁ ଟାର୍ଗେଟ କରୁଥିବା ବେଳେ ତାଙ୍କର ମନେ ନାହିଁ ବୋଧେ ଏନଏଚଆରଏମ ଅନ୍ତର୍ଗତ କେନ୍ଦ୍ରୀୟ ପାଣ୍ଠୀ ହଡପରେ ତାଙ୍କ ସମ୍ପୃକ୍ତି ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । କିନ୍ତୁ ସେ ଥିପ୍ରତି ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇ ନ ଥିଲେ । ସେହିପରି ଶକ୍ତି ମନ୍ତ୍ରୀ ଥିବା ସମୟରେ ଟ୍ରାନ୍ସଫର୍ମେସନ ଓ ଇଲେଟ୍ରିଫିକେସନରେ ଅର୍ଥ ହଡପ, ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଟୀକାକରଣରେ ଅନିୟମିତତା, ଟେଣ୍ଡର ମାଫିଆଙ୍କ ସହ ମିଶି ବିଭିନ୍ନ କେଳେଙ୍କାରୀ, ଭିତରକନିକା ଜାତୀୟ ଅଭୟାରଣ୍ୟ ପ୍ରୋଜେକ୍ଟରୁ ଲକ୍ଷଲକ୍ଷ ଟଙ୍କା ହରିଲୁଟ, ଅଗ୍ନି ନିର୍ବାପକ ସାର୍ଟିଫିକେଟରେ କୋଟିକୋଟି ଟଙ୍କା ହଡପ ପରି ଏକାଧିକ ଅଭିଯୋଗ ରହିଛି । କିନ୍ତୁ ସେସବୁ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ କର୍ଣ୍ଣ ଗହ୍ୱରରେ ପ୍ରବେଶ କରୁନାହିଁ ବୋଧେ, ଯେଉଁଥିପାଇଁ ଏବେ ମଧ୍ୟ ଅତନୁ ଦଳରେ ରହିଆସୁଛନ୍ତି । ନିଜେ ଦୁର୍ନୀତିରେ ସମ୍ପୂର୍ଣ୍ଣ ପୋତି ହୋଇରହିଥିବା ବେଳେ ଅନ୍ୟମାନଙ୍କୁ ଭାଷଣ ମାରୁଛନ୍ତି ।

ବାସ୍ତବରେ ବିଜେଡି ବା ମୁଖ୍ୟମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ନେତା ମନ୍ତ୍ରୀଙ୍କ ପ୍ରତି ଜିରୋ ଟଲେରାନ୍ସ ଅବଲମ୍ବନ କରି ନାହାନ୍ତି । ସେ ଜିରୋ ଟଲେରାନ୍ସ ଅବଲମ୍ବନ କରିଛନ୍ତି ତକ୍ରାଳୀନ ଦଳର ପ୍ରତିଷ୍ଠାତା ସଦସ୍ୟଙ୍କ ଦଳ ପ୍ରତି ମାତ୍ରାଧିକ ଆନୁଗତ୍ୟକୁ ନେଇ । ମୁଖ୍ୟମନ୍ତ୍ରୀ ସେହି ନେତାଙ୍କୁ ଏଥିନେଇ ଦଳରୁ ବିତାଡିତ କରିଥିଲେ, ଯେଉଁମାନଙ୍କର ଓଡିଶା ରାଜନୀତିରେ ସ୍ୱତନ୍ତ୍ର ପରିଚୟ ଥିଲା । କାଳେ ବରିଷ୍ଠତା, ଲୋକପ୍ରିୟତା କାରଣରୁ କୌଣସି ଦଳୀୟ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହେବେ ସେହି ଭୟ ମୁଖ୍ୟମନ୍ତ୍ରୀଙ୍କୁ ଅସ୍ଥିର କରିଥିଲା । ତେଣୁ କଳେବଳେ କୌଶଳେ ସେମାନଙ୍କୁ ଦଳରୁ ବହିଷ୍କାର କରି ନିଶ୍କଣ୍ଟକ ରାଜ କରିବା ଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଉଦ୍ଦେଶ୍ୟ । ନୋହିଲେ ବର୍ତ୍ତମାନ ଦଳ ତଥା ପ୍ରଶାସନରେ ଚାଲିଥିବା ଅନିୟମିତତାକୁ ନେଇ ସେ ଅନେକଙ୍କୁ ବଳି ଦେବାର ଲୋକେ ଦେଖିବାକୁ ପାଉଥାନ୍ତେ । ରାଜ୍ୟରେ ଚିଟ  ଫଣ୍ଡଠକେଇରେ ରାଜ୍ୟବ୍ୟାପୀ ସାଧାରଣ ଜନତା କ୍ଷତି ସହିଛନ୍ତି,  ବର୍ତ୍ତମାନ ପରିସ୍ଥିତିରେ ପୁରୀ ହାଜତ ମୃତ୍ୟୁ ହେଉ ଅବା ପରୀ ହତ୍ୟା ଘଟଣା, ପ୍ରଶାସକଙ୍କ ମାତ୍ରାଧିକ ଆଧିପତ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଅନେକଙ୍କ ବିରୋଧରେ ପଦକ୍ଷେପ ନେଇସାରିଥାନ୍ତେ । କିନ୍ତୁ ସେପରି କିଛି ଦେଖିବାକୁ ମିଳୁନାହିଁ ।  ଯେଉଁଠି ପାଇଁ ଆଜି ଅତନୁ ମିଡିଆକୁ ଡାହା ମିଛ କହି ଲୋକଙ୍କୁ ଭ୍ରମିତ  କରୁଛନ୍ତି।

 

Related posts

ବିଗ୍ ବି କହିଲେ ହୋମ୍ କ୍ୱାରେନଟାଇନ୍ କାରଗାର ସହିତ ସମାନ

Report

ସାମ୍ବାଦିକଙ୍କ ବଟି ଆଦାୟ ପଛର କାରଣ?

Report

‘ଆଦି ପୁରୁଷ’ରେ କିଆରା

Report

Leave a Comment