ନୂଆଦିଲ୍ଲୀ: ନଭେମ୍ବର ୮ତାରିଖରେ ଅବସର ନେବେ ଜଷ୍ଟିସ ୟୁ ୟୁ ଲଳିତ । ତେବେ ଆଗକୁ କିଏ ହେବ ପ୍ରଧାନ ବିଚାରପତି ତାହାପାଇଁ ଚାଲିଛି ଆଲୋଚନା । କେନ୍ଦ୍ର ସରକାର ପରବର୍ତ୍ତୀ ବିଚାରପତିଙ୍କ ନାମ ଉଲ୍ଲେଖ ପାଇଁ ୟୁ ୟୁ ଲଳିତଙ୍କୁ ଅଦେଶଜାରି କରିଛନ୍ତି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରାଯାଇ, ଏକ ପତ୍ର ଲେଖାଯାଇଛି ।
ଯେପରି ପୂର୍ବତନ ସୁପ୍ରିମ କୋର୍ଟର ବିଚାରପତି ଏନଭି ରମଣା ୟୁ ୟୁ ଲଳିତଙ୍କ ନାମ ଘୋଷଣା କରିଥିଲେ । ଏହାପରେ ୟୁ ୟୁ ଲଳିତ ଅଗଷ୍ଟ ୨୭ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ଶପଥ ପାଠ ଗ୍ରହଣ କରିଥିଲେ । ତାହାପରେ ସେ ଦାୟିତ୍ୱ ନେଇଥିଲେ ପ୍ରଧାନ ବିଚାରପତିର । ତେବେ ଦେଖାଯାଉଛି, ବର୍ତ୍ତମାନର ବିଚାରପତି ମାନଙ୍କ ମଧ୍ୟରେ ବରିଷ୍ଠତାରେ ଅଛନ୍ତି ଡି.ୱାଇ. ଚନ୍ଦ୍ରଚୁଡ । ଲାଗୁଛି ସେହି ହିଁ ବିଚାରପତି ହେବାପାଇଁ ଯୋଗ୍ୟ ପାର୍ଥୀ ଅଟନ୍ତି । ଯଦି ୟୁ ୟୁ ଲଳିତ ତାଙ୍କ ନାମ ସୁପାରିଶ କରନ୍ତି ତେବେ ଚନ୍ଦ୍ରଚୂଡ ହୋଇପାରିବେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ।