କିଏ ହେବ ବ୍ଲକ ଅଧକ୍ଷ୍ୟ ?

0

ଚିଲିକା (ଦିବ୍ୟକାନ୍ତ ବେହେରା)– ରାଜ୍ୟରେ ସମାପ୍ତ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସାଙ୍ଗକୁ ନିର୍ବାଚନ ଫଳାଫଳ। ପଞ୍ଚୟାତ ନିର୍ବାଚନର ମାହୋଲ ଦେଖି ଜଣାପଡୁଥିଲା ନିଶ୍ଚିତ ମନ ବଦଳେଇବେ ଜନତା କିନ୍ତୁ ଫଳାଫଳକୁ ଦେଖି ଲାଗୁଛି ପୁଣି ଥରେ ଜନତା ନବୀନ ପଟ୍ଟନାୟକଙ୍କ ହାତରେ ରାଜ୍ୟ ଶାସନଭାର ଟେକିଦେଇଛନ୍ତି। କେନ୍ଦ୍ରରେ ଶାସନ କରୁଥିବା ବିଜେପିର ପ୍ରଭାବ ଓଡିଶାରେ ଶୂନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାରି ଭିତରେ ଅତି ନିରାଶ ହେବାକୁ ପଡିଛି ଭାରତୀୟ ଜାତୀୟ କଂଗ୍ରସକୁ। ଖୋର୍ଦ୍ଧାଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇଛି। ବିଧାୟକ ଜଗଦେବଙ୍କ ପୂର୍ବାନୁଥିଲା ଯେ, ଉଭୟ ଚିଲିକା ଏବଂ ବାଣପୁର ବ୍ଲକରେ ୧୭ , ୧୭ ପଞ୍ଚାୟତରେ ସମିତି ସଭ୍ୟ ନିର୍ବାଚିତ ହୋଇ ବିଜେଡି ବ୍ଲକ ଅଧ୍ୟକ୍ଷ ଗଠନ କରିବେ । ପୃଥ୍ଵୀରାଜଙ୍କ ପୂର୍ବାନୁମାନ ଥିଲା କି ଉଭୟ ବ୍ଲକରେ ବ୍ଲକ୍ ଅଧ୍ୟକ୍ଷ ଗଠନ କରିବେ କିନ୍ତୁ ଗୋଟିଏ ଭୁଲ୍ ହୋଇଗଲା ଜିଲ୍ଲା ପରିଷଦ ସିଟ୍ ଆକଳନ। ପୂର୍ବଥର ସମୁଦାୟ ୬ଟି ଜିଲ୍ଲା ପରିଷଦରୁ ବିଜେପି ୫ଟି ନେଇ ଚିଲିକା ନିର୍ବାଚନ ମଣ୍ଡଳୀରେ ନିଜର ଦବଦବା ଦେଖାଇଥଲା ବିଜେପି, କିନ୍ତୁ ଚଳିତ ନିର୍ବାଚନରେ ନିରାଶ ହବାକୁ ପଡିଛି । ଏଠି ରାଜନୈତିକ ପର୍ୟ୍ୟବେକ୍ଷକଙ୍କ କହିବା କଥା ,ବିଧାୟକଙ୍କ କାର୍ୟ୍ୟକଳାପରେ ଲୋକେ ଅସନ୍ତୁଷ୍ଟ ହୋଇ ମତ ପରିବର୍ତ୍ତନ କରିବେ କିନ୍ତୁ ତାହା ସମ୍ପୁର୍ଣ୍ଣ ଓଲଟା । ସବୁଠୁ ପରିତାପର ବିଷୟ ହେଉଛି ଚିଲିକା ବିଜେଡିରେ ମାଳ ମାଳ ଗୋଷ୍ଠୀ କନ୍ଦଳ ଲାଗି ରହିଥିବାବେଳେ ତାହାର କୌଣସି ଫାଇଦା ନେଇପାରିଲାନାହିଁ ଚିଲିକା ବିଜେପି ।ବର୍ତ୍ତମାନ ଉଭୟ ବ୍ଲକ ଅଧ୍ୟକ୍ଷ ଗଢିବାକୁ ହେଲେ ସମୁଦାୟ ୯ଟି ସମିତି ସଭ୍ୟର ଆବଶ୍ୟକତା ରହିଛି।ଚିଲିକା ବ୍ଲକରେ ବିଜେପି ବ୍ଲକ ଅଧ୍ୟକ୍ଷ ଗଠନ କରିବା ଶତ ପ୍ରତିଶତ ନିଶ୍ଚିତ ନୁହଁ କାରଣ ବିଧାୟକ ଜଗଦେବ ଘୋଡା ବେପାରରେ ସଫଳ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବାଣପୁର ବ୍ଲକର ଅଧ୍ୟକ୍ଷ ପଦ ପାଇଁ ପ୍ରଚୁର ପରିମାଣର ସିଟ୍ ବିଜେପି ପାଖରେ ଅଛି କିନ୍ତୁ ଭରସା ନାହିଁ।