ଭୁବନେଶ୍ୱର : ବିଧାନସଭା ଗୃହରେ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ | ଗୃହରେ ଯେଉଁ ପ୍ରସଙ୍ଗ ଆଲୋଚନା ହେଉଛି ତାହା ନିଶ୍ଚିତ ଭାବେ ସେନସେସନାଲ କେସ । ଅପରାଧୀଙ୍କୁ ସୁରକ୍ଷା ଦେବାର ଥିଲେ ଏଠି କିପରି ବାହାର ରାଜ୍ୟର ଅପରାଧୀଙ୍କୁ ଧରା ଯାଉଛି। ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ । ରାଜ୍ୟରେ ପର୍ଯ୍ୟଟକ ବଢ଼ୁଛନ୍ତି ଯାହା ପ୍ରମାଣିତ କରୁଛି ଯେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ । ବଡ଼ ବଡ଼ିଆଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ କି ନାହିଁ ତାହା ତଦନ୍ତକାରୀ ସଂସ୍ଥା ନିଷ୍ପତ୍ତି ନେବ । ଯିଏ ଅପରାଧ କରିଛି ସିଏ ଦଣ୍ଡିତ ହେବା ଉଚିତ ବୋଲି କହିଛନ୍ତି ଅମର ପ୍ରସାଦ ଶତପଥୀ |