ସ୍ତ୍ରୀ କାଟିଦେଲା ସ୍ୱାମୀର ଯୌନାଙ୍ଗ

0

ମୁଜାଫରନଗର– ୟୁପିର ମୁଜାଫନଗରରେ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଜଣେ ବ୍ୟକ୍ତି ତୃତୀୟ ବିବାହ କରିବାକୁ ଇଛା କରିବାରୁ ସ୍ୱାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ । ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ବ୍ୟକ୍ତି ଜଣକଙ୍କ ନାମ ବକିଲ ଅହମଦ । ସେ  ତୃତୀୟ ବିବାହ କରିବାକୁ ଇଚ୍ଛା କରିଥିଲେ । ଏନେଇ ନିଜ ସ୍ତ୍ରୀଙ୍କୁ ମଧ୍ୟ କହିଥିଲେ । ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ । ପରେ ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଥାନାରେ ସ୍ତ୍ରୀ ହାଜରା ସ୍ୱାମୀଙ୍କ ବିଷୟରେ ସମସ୍ତ କଥା କହିଥିଲେ । ପରେ ଉଭୟ ଘରକୁ ଫେରିଥିଲେ ।ରାତିରେ ବକିଲ ଶୋଇଥିବା ସମୟରେ ରୋଷେଇ ଘରୁ ଏକ ଧାରୁଆ ଛୁରୀ ଆଣି ହାଜରା ତାଙ୍କ ସ୍ୱାମୀଙ୍କ ଲିଙ୍ଗକୁ କାଟି ଦେଇଥିଲେ । ଏହାଦ୍ୱାରା ଅଧିକ ରକ୍ତ ବୋହିବା କାରଣରୁ ବକିଲଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହାପରେ ସମ୍ପର୍କୀୟଙ୍କୁ ଡାକି ହାଜରା ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ତେବେ ସ୍ଥାନୀୟ ବ୍ୟକ୍ତି ଏ ଖବର ପୋଲିସକୁ ଦେଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହାଜରାଙ୍କୁ ଜେରା କରିଥିଲା । ସେଠାରେ ହାଜରା ଏହା ସ୍ୱୀକାର କରିଛନ୍ତି ଯେ, ତାଙ୍କ ସ୍ୱାମୀ ତୃତୀୟ ବିବାହ କରିବାକୁ କହିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି କାର୍ୟ୍ୟ କରିଛନ୍ତି ।