ୱାଇଫାଇ ସହରରେ ପରିଣତ ହେଲା ସ୍ମାର୍ଟ ସିଟି ଭୁବନେଶ୍ୱର

0

(ରିପୋର୍ଟସଟୁଡେ) ଆଜିଠାରୁ ୱାଇଫାଇ ସହରରେ ପରିଣତ ହେଲା ସ୍ମାର୍ଟ ସିଟି ଭୁବନେଶ୍ୱର । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଦେଶର ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ ଏବଂ ଯୁବପିଢ଼ୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେବା ବିଏମସି ଅଞ୍ଚଳରେ ଲୋକଙ୍କୁ ମାଗଣାରେ ମିଳିବ । ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ‘ଭୁବନେଶ୍ବର ମି ୱାଇଫାଇ’ ପ୍ରକଳ୍ପ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି ।