ଇସ୍ତଫା ଦେଲେ ୱିଲ୍ ସ୍ମିଥ୍, ଏକାଡେମୀ ନେବ କଡା କାର୍ଯ୍ୟାନୁଷ୍ଠାନ

ଓସ୍କାର ନାଇଟରେ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ୱିଲ୍ ସ୍ମିଥ୍ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସରୁ ଇସ୍ତଫା ଦେଇଛନ୍ତି।

0

(ଦିଲ୍ଲୀ) : ଇସ୍ତଫା ୱିଲ୍ ସ୍ମିଥ୍ଦେ । ଓସ୍କାର ନାଇଟରେ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ୱିଲ୍ ସ୍ମିଥ୍ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ଆଚରଣ ପାଇଁ ଅରଗାନାଇଜେସନ୍ ଦ୍ୱାରା ଯାହା ବି ଦଣ୍ଡ ଦିଆଯିବ ସେ ଗ୍ରହଣ କରିବେ।

ୱିଲ୍ ସ୍ମିଥ୍ କହିଛନ୍ତି, ‘ମୁଁ ଏକାଡେମୀର ବିଶ୍ୱାସ ଭାଙ୍ଗିଛି। ମୁଁ ବାକି ପ୍ରାର୍ଥୀ ଏବଂ ବିଜେତାମାନଙ୍କୁ ସେମାନଙ୍କର ଅସାଧାରଣ କାମ ପାଇଁ ସେଲିବ୍ରେଟ୍ କରିବାର ସୁଯୋଗରୁ ବଞ୍ଚିତ କରିଛି। ମୋର ହୃଦୟ ଭାଙ୍ଗି ଯାଇଛି। ମୁଁ ସେହି ଲୋକମାନଙ୍କ ଉପରେ ଧ୍ୟାନ ଦେବାକୁ ଚାହେଁ ।’

 

ଅନ୍ୟପକ୍ଷେ, ଫିଲ୍ମ ଏକାଡେମୀର ସଭାପତି ଡେଭିଡ ରୁବିନ କହିଛନ୍ତି, ୱିଲ ସ୍ମିଥଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ସେ କହିଛନ୍ତି ଯେ ଏପ୍ରିଲ୍ ୧୮ ରେ ଆମର ପରବର୍ତ୍ତୀ ବୋର୍ଡ ମିଟିଂ ପୂର୍ବରୁ, ଏକାଡେମୀର ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ସ୍ମିଥଙ୍କ ବିରୋଧରେ ଆମର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବୁ।