ରହସ୍ୟ ଖୋଲିବ କି ମେମୋରି ଚିପର ? ସୁରକ୍ଷା ଦେଉଥିବା ନେତାଙ୍କ ଗୁମର ଖୋଲିବ କି?

0

(ବ୍ୟୁରୋ): ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପଛରେ ମେମୋରି ଚିପ୍ ମୁଖ୍ୟ କାରଣ ବୋଲି କୁହାଯାଉଛି । ଶର୍ମିଷ୍ଠା ରାଉତ ଗିରଫ ହେବା ପରେ ମେମୋରି ଚିପ୍ ରହସ୍ୟ ଖୋଲି ପାରିବ ତ କ୍ରାଉମବ୍ରାଂଚ? ହାତ ଲେଖା ଚିଠି ମାନସ ସ୍ୱାଇଁର ନାଁ ଆଉ କାହାର? କ’ଣ ଅଛି ମେମୋରି ଚିପ? ଚିପ ଅଛି କି ପ୍ରଭାବଶାଳୀ ନେତା ଅଶ୍ଳୀଳ ଭିଡ଼ିଓ । କେତେ ନେତାଙ୍କ ଗୁମର ଖୋଲିବ କ୍ରାଇମବ୍ରାଂଚ?

ସୂଚନା ଅନୁସାରେ, ଏହି ମେମୋରି ଚିପ୍  ଲୋକସଂପର୍କ ବିଭାଗରେ ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଓ କିଛି ପ୍ରଭାବଶୀଳ ଭିଡିଓ ରହିଥିବା କୁହାଯାଉଛି । ଏପରିକି ପୁରୀ ସମୁଦ୍ର କୂଳ, ହୋଟଲରେ ନିରଞ୍ଜନ ଓ ଯୁବତୀଙ୍କ ସହ ଅନ୍ତରଙ୍ଗ ଓ ଅଶ୍ଳୀଳ ସମୟର ଭିଡିଓ ରହିଥିଲା ।

ମାନସ ପାଖରେ ଏହି ଚିପ୍ ରହିଥିବା ବେଳେ ସେ ଜାନୁଆରୀ ୩୦ ତାରିଖରେ ଚାକିରି ଛାଡିଥିଲେ । ଚିପ୍ ଫେରାଇ ଦେବାକୁ ୱେବ୍ ପୋଟାଲ ମାଲିକାଣି ଓ ନିରଞ୍ଜନ ସେଠୀ ଚାପ ପକାଇଥିଲେ । କିନ୍ତୁ ମାନସ ଚିପ୍ ନ ଫେରାଇ କହିଥିଲେ ଦରମା ଦେବା ପରେ ଚିପ୍ ଦେବେ ବୋଲି ମାନ କହିଥିଲେ । ଯେଉଁଥି ପାଇଁ ତାଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା କରାଯାଇଥିଲା । ଖାଲି ନିରଞ୍ଜନ ନୁହେଁ, ଆଉ ପ୍ରଭାବଶାଳୀ ଓ ରାଜନେତାଙ୍କ ସଂପୃକ୍ତ ଅଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକ । ତେବେ ଏହି ରହସ୍ୟ ଉପରୁ କ୍ରାଇମବ୍ରାଂଚ ପରଦା ଉଠାଇ ପାରିବ ତ ପ୍ରଶ୍ମ ଉଠୁଛି ।

ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍କ ଅଭିଯୁକ୍ତ ଚିପକୁ ନଷ୍ଟ କରିଦେଇଛି ନା ମାନସ କେଉଁଠି ଲୁଚାଇ ରଖଥିଲେ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର କେଉଁଠି? ଶର୍ମିଷ୍ଠାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ପୋଲିସ ଉପରେ ଚାପ ପଡୁଥିଲା କି? ଫେରାର କରିବା ପଛରେ କିଏ ସହଯୋଗ କରିଥିଲା? ଶର୍ମିଷ୍ଠା ରିମାଣ୍ଡରେ ଯିବା ପରେ କ’ଣ ଖୋଲି ଗୁମର? ଏମିତି ଅନେକ ପ୍ରଶ୍ମର ପର୍ଦାଫାସ କରିବ କି କ୍ରାଇମବ୍ରାଂଚ ।