ଲକ୍ଷ୍ନୌ– ସାରା ଦେଶ ମହାମାରୀ କରୋନା ରେ କବଳିତ ହୋଇ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । କରୋନା ରୋଗୀମାନେ ଡାକ୍ତରଖାନାରେ ବେଡ ନ ପାଇ ଅକାଳରେ ମୃତ୍ୟୁବରରଣ କରୁଛନ୍ତି । କିନ୍ତୁ ଲକ୍ଷ୍ନୌର ହସ୍ପିଟାଲର ସ୍ଥିତି ସଠିକ ପରିଚାଳନା ଅଭାବରେ ଶୋଚନୀୟ ହୋଇ ପଡି ରହିଛି ।ଏଠାରେ କିଛି ଘରୋଇ ହସ୍ପିଟାଲରେ ମନଇଛା କାରବାର ଚାଲିଛି । ଲକ୍ଷ୍ନୌ ଜିଲ୍ଲା ପ୍ରଶାସନରେ ଏକାସାଙ୍ଗରେ ୪୫ଟି ଘରୋଇ ହସ୍ପିଟାଲରେ ଚଢ଼ାଉ କରାଯାଇଥିଲା । ଆଉ ଏହିସବୁରେ ଚିକିତ୍ସା ନାମରେ ଲୋକମାନଙ୍କ ଜୀବନ ସହିତ ଖେଳଯାଉଥିବା ଜଣାପଡ଼ିଥିଲା । ଏଗୁଡ଼ିକରୁ କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ଅପରେସନ୍ ଥିଏଟର୍ ରେ ମେଡିସିନ୍ ରହିବା ବଦଳରେ ମଦ ବୋତଲ ଗଡ଼ୁଛି । ଏଥିମଧ୍ୟରୁ ଅଧିକାଂଶରେ ବିନା ରେଜିଷ୍ଟ୍ରେସନ୍ ରେ ରୋଗୀ ଚିକିତ୍ସା ଚାଲିଛି । ବଡ଼ ଧରଣର ଅବ୍ୟବସ୍ଥା ପାଇଁ ୨୯ଟି ହସ୍ପିଟାଲକୁ ନୋଟିସ୍ ଜାରି କରାଯାଇଛି । ସୋମବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନର ୬ଟି ଟିମ୍ ଚଢ଼ାଉ କରିଥିଲେ । ଏହି ସମୟରେ ଜଣାପଡ଼ିଥିଲା ଯେ, ଅଧାରୁ ଅଧିକ ହସ୍ପିଟାଲ ପାଖରେ ଲାଇସେନ୍ସ ନାହିଁ । କୌଣସି ହସ୍ପିଟାଲରେ ଡାକ୍ତର ନଥିଲେ । ଆଉ କିଛି ହସ୍ପିଟାଲର ଲାଇସେନ୍ସର ସମୟ ସୀମା ସରି ମଧ୍ୟ ଯାଇଥିଲା । ଡାକ୍ତରଖାନାରେ ବିଏସସି ପାସ୍ ହୋଇଥିବା ଡାକ୍ତର ମାନେ ରୋଗୀଙ୍କୁ ଚିକିତ୍ସା କରୁଥିଲେ । ଏହିଭଳି କିଛି ହସ୍ପିଟାଲକୁ ନୋଟିସ ଜାରି କରାଯାଇଛି ।