ଅଜଣା ଟ୍ରକ ଧକ୍କାରେ ମହିଳା ମୃତ , ଦୁଇ ଆହତ

0

କେନ୍ଦୁଝର/ ବିଜୟ କୁମାର କରୁଆ  : ଅଜଣା ଟ୍ରକ ଧକ୍କାରେ ମହିଳା ମୃତ , ଦୁଇ ଆହତ ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଏଞ୍ଜଲ ଢାବା ନିକଟରେ  । ମୃତକ ଜଣକ ହେଲେସୋମବାରୀମୁଣ୍ଡା, ଆହାତ ଦୁଇଜଣକହେଲେରବିମୁଣ୍ଡା, ବନମାଳୀମୁଣ୍ଡା  । ୩ଜଣ ପାଟଣା ଅଭିମୁଖେ ଆସୁଥିବା ବେଳେ ପଛ ରୁ ଏକ ଟ୍ରକଧକ୍କା ଦେଇ ଘଟଣାସ୍ଥଳ ଫେରାର  ହୋଇ ଯାଇଥିଲା।

ମୃତ ମହିଳା ଘଟଗାଁ ଥାନା ନୁଷୁରୀପଶି ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ପାଟଣା  ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ୨ଜଣ ଆହାତ ବ୍ୟକ୍ତି କୁ ପାଟଣା ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଭର୍ତ୍ତି କରି ଥିଲେ । ପାଟଣା ପୋଲିସ ଦୃଘଟଣା ସ୍ଥାନରେ ପହଞ୍ଚି ଦୃଘଟଣା ଘଟାଇ ଫେରାରେ ମାରି ଥିବା ଯାତ୍ରା ରାଜଧାନୀ ଟ୍ରକ କୁ ଥାନା ଅଟକ ରଖି ତଦନ୍ତ ଜାରି ରଖିଛି ।