ଆମେରିକା: ଆଉ ଗର୍ଭ ନଷ୍ଟ କରିପାରିବେନି ମହିଳା ।ଗତ ଶୁକ୍ରବାର ବଡ ଫୈସଲା ଶୁଣାଇବା ସହ ଗର୍ଭନଷ୍ଟ କରିବାକୁ ଋଦ୍ଦ ଘୋଷଣା କରିଛନ୍ତି କୋର୍ଟ ।ଗର୍ଭପାତ ଆଇନକୁ ଅବୈଧ ଘୋଷଣା କଲେ ଆମେରିକା ସୁପ୍ରିମକୋର୍ଟ । ଏହି ଆଇନ ଆଧାରରେ ଆମେରିକୀୟ ମହିଳାମାନଙ୍କ ପାଖରେ ଗର୍ଭନଷ୍ଟ କରିବା ବା ନକରିବା ପାଇଁ ନିଜେ ନିଷ୍ପତ୍ତି ନେବାର ଅଧିକାର ଥିଲା । ୫୦ ବର୍ଷ ହେବ ଚାଲିଥିବା ସାମ୍ବିଧାନିକ ଅଧିକାରକୁ ସମାପ୍ତ କରାଯାଇଛି । ଯଦି କେହି ମହିଳା ଏବେ ଗର୍ଭନଷ୍ଟ କରନ୍ତି ତେବେ ଏହାକୁ ବେଆଇନ ବୋଲି ବିବେଚନା କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ରାଷ୍ଟ୍ରପତି ଜୋ ବାଇଡେନ ସମାଲୋଚନା କରିଛନ୍ତି । ବାଇଡେନ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ‘ଦୁଃଖଦ ତ୍ରୁଟି’ ଆମେରିକାକକୁ ୧୫୦ ବର୍ଷ ପଛକୁ ନେଇଯାଇଛି । କୋର୍ଟ ଏବଂ ଦେଶ ପାଇଁ ଏହା ଏକ ଦୁଃଖଦ ଦିନ ବୋଲି ସେ କହିଛନ୍ତି ।