କୋରାପୁଟ : ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଡିଆଇଜିଙ୍କ ସମ୍ବର୍ଦ୍ଧନା ରୌପ୍ୟ ପଦକ ବିଜୟିନୀ ହୋଇଥିବା ମହିଳା କନଷ୍ଟେବଳ ଶୁଭସ୍ମିତା ମହାନ୍ତି କୋରାପୁଟ ଜିଲ୍ଲା ପୁଲିସ ପାଇଁ ଗୌରବ ଆଣିଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ୟ୍ୟରତ ଶୁଭସ୍ମିତା ମହାନ୍ତି ମହାରାଷ୍ଟ୍ରର ପୁନେଠାରେ ଅନୁଷ୍ଠିତ ୭୧ ତମ ପୁଲିସ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛନ୍ତି । ଆଗକୁ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ଉଦ୍ୟମ କରିବେ ବୋଲି ଗଣ ମାଧ୍ୟମକୁ କହିଛନ୍ତି । ସକାଳେ ଶୁଭସ୍ମିତା ହିରାଖଣ୍ଡ ଟ୍ରେନରେ କୋରାପୁଟ ପହଁଞ୍ଚିଥିବା ବେଳେ ଜିଲ୍ଲା ପୁଲିସ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । ଜିଲ୍ଲା ପୁଲିସ ପ୍ୟାରେଡ ପଡିଆରେ ବିଭାଗ ପକ୍ଷରୁ ଶୁଭସ୍ମିତାକୁ ସମ୍ବର୍ଦ୍ଧନା ଦିଆଯାଇଛି । ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ରାଜେଶ ଉତ୍ତମ ରାଓ ପଣ୍ଡିତ ଶୁଭସ୍ମିତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଭବିଷ୍ୟତରେ ଅଧିକ ସଫଳତା ହାସଲ କରିବା ସକାଶେ ବିଭାଗ ପକ୍ଷରୁ ଆନୁଷଙ୍ଗିକ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଡିଆଇଜି କହିଛନ୍ତି।