ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

0

(ଜ୍ୟୋତିରଞ୍ଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଏକ କୁଅ ଭିତରୁ ଜଣେ ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ବନ୍ତଳା ପୋଲିସ । ପୋଲିସ ସୂତ୍ର ରୁ ପ୍ରକାଶ ଯେ ମୃତ ମହିଳା ଜଣକ ହେଲେ ସଂଗୀତା ସାହୁ(୨୬) । ସ୍ୱାମୀ ମାନସ ସାହୁ । ମାନସ ସାଢ଼େ ତିନି ବର୍ଷ ପୂର୍ବରୁ ବସଲା ନିବାସୀ ସୁନାଭୂଇଁ ଗ୍ରାମର ଛବି ସାହୁଙ୍କ ଝିଅ ସଂଗୀତା ଙ୍କୁ ହିନ୍ଦୁ ରୀତିନୀତି ରେ ବିବାହ କରିଥିଲେ । ତାଙ୍କର ଅଢେଇ ବର୍ଷ ର ଗୋଟିଏ ଝିଅ ଅଛି । କିନ୍ତୁ ସଂଗୀତା ଙ୍କ ସ୍ୱାମୀ ମାନସ ବିଭିନ୍ନ ସମୟରେ ମଦ ପିଇବା ସହ ଘରେ ଗଣ୍ଡଗୋଳ କରନ୍ତି । ଗତକାଲି ମାନସ ମଦ୍ୟପାନ କରି ଘର କୁ ଆସିଥିଲେ । ସଂଗୀତା ଏହାକୁ ବିରୋଧ କରିବାରୁ ଘରେ ପାଟିତୁଣ୍ଡ କରିବା ସହିତ ସଂଗୀତା କୁ ମାଡ଼ ମାରିଥିଲେ ମାନସ । ଆଜି ହଠାତ ସଂଗୀତାଙ୍କ ମୃତ ଦେହ କୂଅ ଭିତରେ ଝୁଲି ରହିଥିବାର ଦେଖିଥିଲେ ଗ୍ରାମବାସୀ । ଖବର ପାଇ ବନ୍ତଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।