ଉପନିର୍ବାଚନରେ ମହିଳା ମାନେ ଏହାର ଜବାବ ଦେବେ

0

ଭୁବନେଶ୍ୱର:ମିଶନ ଶକ୍ତି ମହିଳା ଟଙ୍କା ବାଣ୍ଟିବା ଅଭିଯୋଗକୁ ଖଣ୍ଡନ କଲା ବିଜେଡି। ଧାମନଗର ଉପନିର୍ବାଚନରେ ବିଜେଡି ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ମହିଳା ଭୋଟରଙ୍କୁ ଟଙ୍କା ବାଣ୍ଟୁଛି ବୋଲି ଭାଜପା କରିଥିବା ଅଭିଯୋଗକୁ ଏକ ଖବରଦାତା ସମ୍ମଳନୀରେ ଖଣ୍ଡନ କଲା ବିଜେଡି । ଆଜି (ବୁଧବାର) ଭଦ୍ରକର ଏକ ହୋଟେଲରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଭଦ୍ରକ ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ, ମୁଖପାତ୍ର ଗୌତମବୁଦ୍ଧ ଦାଶ, ଅମିତ ମଲ୍ଲିକ ଯୋଗ ଦେଇ ଧାମନଗର ରେ ଭାଜପା ମିଶନ ଶକ୍ତି ମହିଳାଙ୍କ ନାମରେ ମିଛ ଅଭିଯୋଗ କରି ବଦନାମ କରୁଛି । ଏଭଳି ଷଡ଼ଯନ୍ତ୍ର କରି ବିଜେପି ସ୍ୱାଭିମାନୀ ଧାମନଗର ମାଟିର ଏସ୍ଏଚ୍‌ଜି ମହିଳାମାନଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛି। ବିଜେପିର ଏହି ଅଭିସନ୍ଧି ମୂଳକ ହୀନ ରାଜନୀତି ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେଡ଼ି ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଉପନିର୍ବାଚନରେ ମହିଳା ମାନେ ଏହାର ଜବାବ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛନିର୍ମଳ ଭାବମୂର୍ତ୍ତି ପାଇଁ ବିଜେଡି ପ୍ରାର୍ଥୀ ବହୁ ଭୋଟରେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏଥିସହ ଚଳିତ ମାସ 31 ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ରେ ନିର୍ବାଚିତ ପ୍ରଚାର କରିବେ ବୋଲି ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।ସେ ଆହୁରି କହିଛନ୍ତି ଯେ ବିଜୁ ଜନତା ଦଳ ସବୁବେଳେ ଏସ୍ଏଚ୍‌ଜିର ମା’ମାନଙ୍କୁ ସମ୍ମାନ କରେ ଏବଂ ସେମାନଙ୍କର ଉନ୍ନତି ଲାଗି ଦିନରାତି କାମ କରିଆସୁଛି। ମା’ମାନେ ମଧ୍ୟ ସବୁ ନିର୍ବାଚନରେ ଆମ ଦଳକୁ ଆଶୀର୍ବାଦ କରିଆସିଛନ୍ତି। ଧାମନଗର ଉପନିର୍ବାଚନରେ ମଧ୍ୟ ଏହା ପୁନର୍ବାର ହେବାକୁ ଯାଉଥିବାରୁ ଏଥିରେ ଆତଙ୍କିତ ହୋଇ ବିଜେପି ଏଭଳି ହୀନ ରାଜନୀତି କରୁଛି। ରାଜନୀତିକୁ ରାଜନୀତି ଭଳି କରାଯାଉ। ବିଜେପି ଏସ୍ଏଚ୍‌ଜି ମହିଳାମାନଙ୍କୁ ଅପମାନିତ କରି ରାଜନୀତିକୁ କଳୁଷିତ ନ କରୁ। ନଚେତ୍ ଧାମନଗରର ଏସ୍ଏଚ୍‌ଜି ମା’ମାନେ ହିଁ ଏହି ଉପନିର୍ବାଚନରେ ବିଜେପିକୁ ଉଚିତ୍ ଜବାବ ଦେବେ।