ଆରମ୍ଭ ହେଲା ଆଇସିସି ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌

ଆଜିଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ।

0

(ଦିଲ୍ଲୀ) : ଆଜିଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ । ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯାଉଛି । ଭାରତ ଆସନ୍ତା ୬ ତାରିଖ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ତେବେ ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଇଣ୍ଡିଜ୍ ।

ସୂଚନାନୁଯାୟୀ , ମହିଳା ବିଶ୍ୱକପ୍‌ରେ ମୋଟ ୮ଟି ଦଳ ଯଥା ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଭାରତ, ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଭାଗ ନେବେ । ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪ଟି ଦଳ ସେମି ଫାଇନାଲ୍‌କୁ ଉନ୍ନୀତ ହେବେ । ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁ ଯଥା ହାଗଲେ ଓଭାଲ, ଇଡେନ ପାର୍କ, ବେ ଓଭାଲ, ସେଡନ ପାର୍କ, ୱେଲିଂଟନ ଓ ଡୁନେଡିନରେ ମ୍ୟାଚ୍‌ ଖେଳାଯିବ । ସେମି ଫାଇନାଲ୍‌ ମୁକାବିଲା ୱେଲିଂଟନ୍‌ ଓ ଖ୍ରୀଷ୍ଟଚର୍ଚ୍ଚ ମାର୍ଚ୍ଚ ୩୦ ଓ ୩୧ତାରିଖ ଅନୁଷ୍ଠିତ ହେବାକୁ ଥିବାବେଳେ ଏପ୍ରିଲ ୩ ତାରିଖ ହାଗ୍‌ଲେ ଓଭାଲରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।