ବାଲୁକା କଳା ମାଧ୍ୟମରେ ମହିଳାମାନଙ୍କୁ ସମ୍ମାନ ଜଣାଇଲେ ବାଲୁକା ଶିଳ୍ପୀ ମାନସ କୁମାର

ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ମହିଳାମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ।

0

(ପୁରୀ) : ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ମହିଳାମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ “Break The Bias” ର ବାର୍ତ୍ତା ଦେଇଛନ୍ତି ।

ସୂଚନାନୁଯାୟୀ , ଚଳିତ ବର୍ଷର ଥିମ୍‌କୁ ଆଧାର କରି ପୁରୀର ଲାଇଟ୍ ହାଉସ୍ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ସେ ତାଙ୍କ ବାଲୁକା କଳା ମାଧ୍ୟମରେ ନାରୀମାନଙ୍କୁ ସମ୍ମାନ ଜଣାଇବା ସହିତ ପୁରୁଷ ଏବଂ ନାରୀମାନଙ୍କ ମଧ୍ୟରେ ପକ୍ଷପାତ ନକରି ସମ ଦୃଷ୍ଟିରେ ଦେଖିବା ସହିତ ନାରୀମାନଙ୍କର ସମାଜରେ ସମାନ ଅଧିକାର ଥିବାର ବାର୍ତ୍ତା ଦେଇଛନ୍ତି।