ଆଜି ବିଶ୍ୱ ହୋମିଓପାଥି ଦିବସ , ମନେ ପଡ଼ିଯାଏ ସେଇ ମିଠା ଗୋଲି

0

(ଭାରତ) : ଆପଣ ସମସ୍ତଙ୍କର ମନେ ଥିବା ଆମେ ଛୁଆ ସମୟରେ ଜ୍ୱର ଥଣ୍ଡା ହେଲେ ସମସ୍ତେ ହୋମିଓପାଥି ମିଠା ଗୋଲି ଖାଇବା ଘଟଣା । ଖାସ୍ କରି ପିଲାମାନଙ୍କୁ ଏହା ଖୁବ ରୁଚିକର । ଅନ୍ୟ କୌଣସି ମେଡିସିନ୍ ଖାଇବା ବଦଳରେ ଏହି ମିଠା ମିଠା ଗୋଲି ଖାଇବା ପାଇଁ ପିଲାମାନେ ଖୁବ ଜିଦ୍ କରିଥାନ୍ତି । ତେବେ ଆଜି ସାରା ବିଶ୍ୱରେ ପାଳିତ ହେଉଛି ହୋମିଓପାଥି ଦିବସ । ଏହି ଅବସରରେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ :-
ପ୍ରତିବର୍ଷ ଏପ୍ରିଲ ମାସ ୧୦ ତାରିଖକୁ ବିଶ୍ୱ ହୋମିଓପାଥି ଦିବସ ରୂପେ ପାଳନ କରାଯାଏ । ହୋମିଓପାଥି ଚିକିତ୍ସାର ଜନ୍ମ ୧୭୯୬ ମସିହାରେ ଜର୍ମାନୀରେ ହୋଇଥିଲା । ଡ. କ୍ରିଷ୍ଟିଆନ୍ ଫ୍ରେଡରିଚ୍ ସାମୁଏଲ ହାନେମନଙ୍କୁ ମନେ ପକାଇ ଏହି ଦିବସ ପାଳନ କରାଯାଏ । ହୋମିଓପାଥି ତିଆରି ଏବଂ ବ୍ୟବହାର କରିବାରେ ଜର୍ମାନୀ ସାରା ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି।
ଡ. କ୍ରିଷ୍ଟିଆନ୍ ଫ୍ରେଡରିଚ୍ ସାମୁଏଲ ହାନେମନ ଜର୍ମାନୀରେ ୧୭୫୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ହୋମିଓପାଥିର ପ୍ରତିଷ୍ଠାତା ବୋଲି କୁହାଯାଏ । ହୋମିଓପାଥି ସମ୍ପର୍କରେ ସଚେତନତା ବଢାଇବା ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ । ଭବିଷ୍ୟତରେ ଏହାକୁ ଆଗକୁ ବଢାଇବା ପାଇଁ ସାମ୍ନାକୁ ଆସୁଥିବା ଚାଲେଞ୍ଜକୁ ବୁଝିବା ଏବଂ ଏହାର ସମାଧାନ ବାହାର କରିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାମ ।