ୱାର୍ଲଡ ସିଲ୍ଡ ସେଣ୍ଟର ସମୀକ୍ଷା କଲେ ଭି.କେ ପାଣ୍ଡିଆନ

0

ଭୁବନେଶ୍ୁର :ଆଜି ୱାର୍ଲଡ ସିଲ୍ଡ ସେଣ୍ଟର ପରିଦର୍ଶନରେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଯୁବଗୋଷ୍ଠୀଙ୍କୁ ଉସାହ କରିବା ପାଇଁ ପ୍ରେରଣା ଦେଇଛନ୍ତି । ଓଡିଶାର ଯୁବ ଗୋଷ୍ଠାଙ୍କୁ ବିଶ୍ୁ ସ୍ଥରୀୟ କୈ÷ଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବା ପାଇଁ କହିଥିଲେ । ଏହାର ପରିଚାଳନା ଓ ଅଗ୍ରଗତି ସର୍ମ୍ପକରେ ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ବିଶ୍ୁସ୍ତରୀୟ ନିଯୁକ୍ତି ନିମନ୍ତେ ଏହି ସେଣ୍ଟରରେ ଅତ୍ୟାଧୁନିକ କୈ÷ଶଳ ତାଲିମ ଦିଆଯାଉଛି । ଆଗାମୀ ଦିନରେ ଏହା ଏକ ବିଶ୍ୁସ୍ତରୀୟ ବ୍ରାଣ୍ଡ ହେବ । ୱାର୍ଲଡ ସିଲ୍ଡ ସେଣ୍ଟର ପାଠ୍ୟକ୍ରମ ଆଇଟିଇଏସ, ଶିଙ୍ଗାପୁର ଶୈ÷ଳୀରେ ପରିଚାଳିତ ହେଉଛି । ଏହି ଅବସରରେ ଦକ୍ଷତା ବିକାଶ ଓ ବୈ÷ଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ । ୨୦୨୩ ସୁଦ୍ଧା ୱାର୍ଲଡ ସିଲ୍ଡ ସେଣ୍ଡରରେ ଭର୍ଟିକାଲ ଟ୍ରାନ୍ସପୋଟେସନ ଏବଂ ୨୦୨୪ ମସିହା ଭିତରେ ପ୍ରେସିସନ ଇଂଜିନିୟରିଙ୍ଗି ବ୍ୟବସ୍ଥା କରାଯିବ ବୋଲି ପାଣ୍ଡିଆନ କହିଥିଲେ ।