ଡାର୍କ ସର୍କଲକୁ ନେଇ ଚିନ୍ତିତ କି !

0

(ଋିପୋଟର୍ସ ଟୁଡେ/ଭୁବନେଶ୍ୱର): ନିଜକୁ ସୁନ୍ଦର ଓ ଅଧିକ ଗ୍ଲାମର ଦେଖିବା ପାଇଁ ଆଜିକାଲିକା ଯୁବପୀଢ଼ି ତ୍ୱାଚାରେ ବିଭିନ୍ନ ରକମର କ୍ରିମ, ଫେସିଆଲ ସହ ଘରୋଇ ଉପଚାର ଆପଣାଉଛନ୍ତି । ତଥାପି କେଉଁଠି ନା କେଉଁଠି ଉପଚାରରେ ଅଭାବ ଅବା ସ୍ୱାସ୍ଥ୍ୟରେ ଯତ୍ନ ନେବାରେ କମି ରହିଯାଇଥାଏ । ଫଳରେ ତ୍ୱାଚାରେ ଔଜଲ୍ୟତା କମିବା ସହ ଆଖି ତଳର ଚମଡ଼ା କଳା ପଡ଼ିଯାଇଥାଏ । ଏହାକୁ ନେଇ ଏବେ ଅଧିକାଂଶ ଯୁବପୀଢ଼ି ଚିନ୍ତାରେ ପଡ଼ିଛନ୍ତି । ତେବେ ରାତିରେ ଶୋଇବାରେ କମ୍ ହେଉ କି ଅଧିକ ମାନସିକ ଚାପ ଯୋଗୁଁ ହେଇଥାଉ । ଏହି ଆଖିତଳୁ କଳାଦାଗ କିପରି ଲିଭିବ ଆସନ୍ତୁ ଜାଣିବା ।

ବୟସ ବଢ଼ିବା ସହ ଆଖି ତଳର ଚର୍ମ କଳା ପଡ଼ିବାକୁ ଲାଗିଥାଏ । ଏଥିପାଇଁ ନିୟମିତ ଭଲ ସନସ୍କ୍ରିନ ଲୋଶନ ବ୍ୟବହାର କରନ୍ତୁ ।

ଭିଟାମିନ ଅଭାବରୁ ଡାର୍କସର୍କଲ ପଡ଼ିଥାଏ । ଶରୀରରେ ଆଇରନର ଅଭାବ ଥିଲେ ଏହାର ଯାଞ୍ଚ କରାନ୍ତୁ ଏବଂ ଆଇରନଯୁକ୍ତ ଖାଦ୍ୟ ଖାଆନ୍ତୁ ।

ଥାଇରଏଡ୍ ସମସ୍ୟା ଥିଲେ ଆଖିତଳେ କଳାଦାଗ ପଡ଼ିଥାଏ । ଏଥିପାଇଁ ଉଚିତ୍ ସମୟରେ ଏହାର ଚିକିତ୍ସା କରାଇ ନିଅନ୍ତୁ ।