ଭାରତକୁ ସହାୟତା କରିବାକୁ ଅନୁରୋଧ କଲେ ଆମେରିକା ଷ୍ଟାର ଜେମ୍ସ ମାକଏଭଏ

0

(ଦିଲ୍ଲୀ) : ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚିଛି । ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। କ୍ରିକେଟର ଠାରୁ ଆରମ୍ଭ କରି ବିଦେଶୀ ଫିଲ୍ମ ଷ୍ଟାର୍‌ ମଧ୍ୟ ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଏହାରି ମଧ୍ୟରେ ଆମେରିକା ଫିଲ୍ମ ସିରିଜ୍‌ ଏକ୍ସ ମ୍ୟାନ ସିରିଜ୍‌ର ଷ୍ଟାର ଜେମ୍ସ ମାକଏଭଏ ଅକ୍ସିଜେନ୍ ପାଇଁ ଭାରତ ବର୍ତ୍ତମାନ ସଂଘର୍ଷ କରୁଥିବାରୁ ସହଯୋଗ ପାଇଁ ଦାନ କରିବାକୁ ଫ୍ୟାନଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାନୁସାରେ , ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ” ବର୍ତ୍ତମାନ ଭାରତରେ କରୋନା ସ୍ଥିତି କଣ ପ୍ରାୟେ ସମସ୍ତେ ଜାଣିଥିବେ। ପ୍ରକୃତରେ ସ୍ଥିତି ପୂରା ସଂଗୀନ। ସେଠାରେ ବହୁତ ବଡ଼ ବିପଦ ଆସିଛି ଓ ଅକ୍ସିଜେନର ଘୋର୍ ଅଭାବ ଦେଖାଦେଇଛି।” ଶେୟାର ହୋଇଥିବା ଭିଡିଓରେ କ୍ୟାପ୍‌ସନ ରହିଛି “ଇଣ୍ଡିଆ ନୀଡ ହେଲ୍ପ” ଭିଡିଓରେ ଭାରତକୁ ସହଯୋଗ କରିବାକୁ ଆର୍ଥିକ ଦାନ କରିବା ସହିତ ମେସେଜ୍‌କୁ ଶେୟାର କରି ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି ଜେମ୍ସ ମାକଏଭଏ। ଡୋନେଟ୍ କରିବା ପାଇଁ ସେ ତାଙ୍କ ବାୟୋରେ ଏକ ଲିଙ୍କ ଦେଇଛନ୍ତି। ସେହି ଲିଙ୍କ୍‌ରେ କ୍ଲିକ୍ କରି ଡୋନେଟ୍ କରିବାକୁ ଫ୍ୟାନଙ୍କୁ ଅନୁରୋଧ କରିଛନ୍ତି ବଲିଉଡ୍ ଷ୍ଟାର୍।