(ଗୁଜରାଟ) : କରୋନାର ନୂଆ ଭାରିଆଣ୍ଟ XE ଗୁଜରାଟରେ ପାଦ ଥାପି ସାରିଛି । ମାୟାନଗରୀ ମୁମ୍ବାଇ ପରେ ଏବେ ଗୁଜୁରାଟରେ ଏହି ଭାରିଆଣ୍ଟର ଏକ ମାମଲା ଦେଖିବାକୁ ମିଳିଛି।
୧୩ ମାର୍ଚ୍ଚରେ ଏହି ବ୍ୟକ୍ତିଜଣକ କରୋନା ପଜିଟିଭ ମିଳିଥିଲେ। କିନ୍ତୁ ଏକ ସପ୍ତାହ ପରେ ତାଙ୍କର ସ୍ଥିତି ଠିକ୍ ଥିଲା। କିନ୍ତୁ ଯେତେବେଳେ ସାମ୍ପଲରେ ଫଳାଫଳ ଆସିଥିଲା ସେଥିରେ ସେହି ବ୍ୟକ୍ତି XE ଭାରିଆଣ୍ଟରେ ସଂକ୍ରମିତ ବାହାରିଥିଲେ।
XE ଭାରିଆଣ୍ଟ, ଓମିକ୍ରନ୍ର ହିଁ ସବ୍ ଭାରିଆଣ୍ଟ। ଏପର୍ଯ୍ୟନ୍ତ ଯଦିଓ ଏହାକୁ ବିପଦଜନକ ବୋଲି କୁହାଯାଉନି, କିନ୍ତୁ କୁହାଯାଉଛି ଯେ ଦ୍ରୁତ ଗତିରେ ବ୍ୟାପିପାରେ।