ରିଲିଜ ପୂର୍ବରୁ ୨୦ କୋଟି ବ୍ୟବସାୟ କଲା ଫିଲ୍ମ KGF ଚ୍ୟାପ୍ଟର୍ ୨
ୟଶଙ୍କ ଫିଲ୍ମ KGF ଚ୍ୟାପ୍ଟର୍ 2 କୁ ସମେତ ଚାତକ ପରି ଚାହିଁ ବସିଛନ୍ତି ।
(ମୁମ୍ବାଇ) : ୟଶଙ୍କ ଫିଲ୍ମ KGF ଚ୍ୟାପ୍ଟର୍ 2 କୁ ସମେତ ଚାତକ ପରି ଚାହିଁ ବସିଛନ୍ତି । ଆପଣ ଶୁଣି ଖୁସି ହେବେ ଫିଲ୍ମଟି ଏହି ସପ୍ତାହରେ ରିଲିଜ୍ ହେଉଛି। KGF 2 ରିଲିଜ୍ ପାଇଁ ଆଉ ଚାରି ଦିନ ବାକି ଅଛି କିନ୍ତୁ ଏହାର ହିନ୍ଦୀ ଭର୍ସନ୍ ରିଲିଜ୍ ପୂର୍ବରୁ ରେକର୍ଡ ଭାଙ୍ଗିଛି।
KGF Chapter 2 First Day Advance Booking Gross
Kannada: 4.90 Cr
Hindi: 11.40 Cr
Malayalam: 1.90 Cr
Telugu: 5L
Tamil: 2 Cr
Total Day 1 Advance Booking Gross: 20.25 Cr #KGFChapter2 #Yash #YashBoss #KGF2onApr14 #KGF2 Follow us for more updates. pic.twitter.com/eafAixHRsQ— Indian Box Office (@TradeBOC) April 11, 2022
ଏହି ଫିଲ୍ମଟି ‘RRR’ ର ରେକର୍ଡ ଭାଙ୍ଗିଛି। RRR ର ହିନ୍ଦୀ ଭର୍ସନ ଆଡଭାନ୍ସ ବୁକିଂରେ ୫ କୋଟି ବ୍ୟବସାୟ କରିଥିଲା । କନ୍ନଡ ଫିଲ୍ମ KGF ଚ୍ୟାପ୍ଟର୍ 2 ଉତ୍ତର ଭାରତର ସମସ୍ତ ଭାଷାରେ ୨୦ କୋଟି ବ୍ୟବସାୟ କରିଛି।
ଭାରତୀୟ ବକ୍ସ ଅଫିସରେ କେଜିଏଫ୍ 2 ପ୍ରଥମ ଦିନରେ ଆଡଭାନ୍ସ ବୁକିଂରେ ୨୦ କୋଟି କରିଛି। ଫିଲ୍ମର କନ୍ନଡ ଭର୍ସନ ୪.୯୦ କୋଟି, ହିନ୍ଦୀ ଭର୍ସନ୍ ୧୧.୪୦ କୋଟି, ମାଲାୟାଲମ୍ ଭର୍ସନ୍ ୧.୯୦ କୋଟି, ତେଲୁଗୁ ଭର୍ସନ୍ ୫ ଲକ୍ଷ, ତାମିଲ ଭର୍ସନ୍ ୨ କୋଟି ରୋଜଗାର କରିଛି।