୨୦୨୨ରେ ବଡ଼ ପରଦାକୁ ଆସିବ “କେଜିଏଫ-୨”
ବହୁ ପ୍ରତିକ୍ଷିତ ଫିଲ୍ମ କେଜିଏଫ-୨ର ରିଲିଜ ଡେଟ୍ ଘୋଷଣା ହୋଇଛି। ଏଥିସହ ସାମ୍ନାକୁ ଆସିଛି ଫିଲ୍ମର ନୂଆ ପୋଷ୍ଟର।
(ମୁମ୍ବାଇ) : ବହୁ ପ୍ରତିକ୍ଷିତ ଫିଲ୍ମ କେଜିଏଫ-୨ର ରିଲିଜ ଡେଟ୍ ଘୋଷଣା ହୋଇଛି। ଏଥିସହ ସାମ୍ନାକୁ ଆସିଛି ଫିଲ୍ମର ନୂଆ ପୋଷ୍ଟର। ଏହି ପୋଷ୍ଟରକୁ ନିଜେ ରକି ଭାଇ ଓରଫ ଫିଲ୍ମର ଲିଡ୍ ଅଭିନେତା ୟଶ୍ ନିଜ ସୋଶାଲ ମିଡିଆରେ ଶେଆର କରିଛନ୍ତି। ୟଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆଜିର ଅନିଶ୍ଚିତତା କେବଳ ଆମର ସଂକଳ୍ପକୁ ବିଳମ୍ବ କରିବ, କିନ୍ତୁ ଯେମିତି ପ୍ରତିଶ୍ରୁତି ଦିଆଯାଇଥିଲା, ସେମିତି ହିଁ ହେବ। ଆମେ ୧୪ ଏପ୍ରିଲ ୨୦୨୨ରେ ବଡ଼ ପରଦାକୁ ଆସିବୁ।’ ୟଶଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
The uncertainties of today will only delay our resolve, but the eventuality is as promised.We will be out in theaters on april 14th 2022.#KGF2onApr14@prashanth_neel @VKiragandur @hombalefilms @duttsanjay @TandonRaveena @SrinidhiShetty7 pic.twitter.com/2FPTknM7Nb
— Yash (@TheNameIsYash) August 22, 2021
ସୂଚନାନୁଯାୟୀ , କରୋନା ମହାମାରୀ ଯୋଗୁଁ ଫିଲ୍ମ କେଜିଏଫ୍-୨ର ରିଲିଜ ଡେଟ୍କୁ ଲଗାତାର ଟାଳିବାକୁ ପଡିଥିଲା। ଫିଲ୍ମର ନିର୍ମାତା ସଠିକ ସମୟକୁ ଅପେକ୍ଷା କରିଥିଲେ। ଏବେ ଏହି ଅପେକ୍ଷାର ଅନ୍ତ ଘଟିଛି। ଆସନ୍ତା ବର୍ଷ ଏପ୍ରିଲ ୧୪ରେ ଫିଲ୍ମଟି ମୁକ୍ତିଲାଭ କରିବ। ଏହି ଘୋଷଣା ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି। ପ୍ରଶଂସକଙ୍କ ଭଳି ପୂରା ଟିମ୍ ମଧ୍ୟ ଫିଲ୍ମକୁ ନେଇ ବେଶ୍ ଏକ୍ସାଇଟେଡ୍ ରହିଛି। ସେପଟେ ରିଲିଜ ହୋଇଥିବା କେଜିଏଫ୍-୨ର ନୂଆ ପୋଷ୍ଟରରେ ଫିଲ୍ମର ସମସ୍ତ ଚରିତ୍ର ନଜର ଆସିଛନ୍ତି। ବ୍ଲାକ ଆଣ୍ଡ ହ୍ୱାଇଟ୍ ପୋଷ୍ଟରଟି ବେଶ୍ ଦମ୍ଦାର ରହିଛି। ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ମଧ୍ୟ ଏହି ପୋଷ୍ଟରକୁ ଶେଆର କରିଛନ୍ତି।