ରାଇରଙ୍ଗପୁର (ସତ୍ୟ ନାରାୟଣ ପାଲ ) :ମୟୂରଭଞ୍ଜ ଜିଲ୍ଲାର ମୋରଡl ଥାନା ଅଞ୍ଚଳର ଜଣେ ନାବାଳିକା କୁ କେହି ଜଣେ ଅପହରଣ କରି ନେଇଥିବା ଅଭିଯୋଗ କରିଥଲେ ନାବାଳିକା ର ପରିବାର ଲୋକେ। ଓଭିଜଗୋ ଆଧାରରେ ମୋରଡl ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ତେବେ ପୋଲିସ ପୂର୍ବରୁ ନାବାଳିକା ର ବୟାନ ରେକର୍ଡ କରିସାରିଥିଲl। ବୟାନ ରେକର୍ଡ କରି ସାରିବା ପରେ ଅପହରଣ ମାମଲା ପରେ ଦୁଷ୍କର୍ମକୁ ପରିବର୍ତ୍ତନ କରାଯାଇ ପୋସ୍କା ଆକ୍ଟ ରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି।
କେଶ ନମ୍ୱର ୧୩୩/୨୨ରେ ମାମଲା ରୁଜୁ କରାଯାଇଛି। ତେବେ ଦୀର୍ଘ ଦିନ ହେବ ଅଭିଯୁକ୍ତ ଯୁବକ ଫେରାର ଥିବା ବେଳେ ଆଜି ମୋରଡା ପୋଲିସ ଖବର ପାଇ ଅଭିଯୁକ୍ତ ଯୁବକ କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣକ ହେଲେ ରାସଗୋବିନ୍ଦପୁର ଥାନା ଅଧୀନ ତୋଟାପୋଡ଼ା ଗ୍ରାମର ଗୁନାକର ମହାନ୍ତ କର ପୁଅ ବିକାଶ ମହାନ୍ତ ବୋଲି ଜଣାପଡିଛି। ତେବେ ଡାକ୍ତରୀ ପରୀକ୍ଷା ପରେ ବିକାଶ ମହାନ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ।.