ଆଠଗଡ : ରାଣୀ ପଣ୍ଡାଙ୍କ କାର ଗତକାଲି ରାତିରେ ଏକ ବାଇକ୍ ସହ ଧକ୍କା ହୋଇଥିବା ସୂଚନା ମିଳିଛି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଲଖାଇ ଛକ ନିକଟରେ ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇ ପଡ଼ିଥିଲେ । ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ବାଇକ୍ ଚାଳକଙ୍କୁ କଟକ SCBରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ରାଜନଗର ଗାଁର ସୁକାନ୍ତ ବେହେରା (୨୮)।
ସୂଚନା ଅନୁସାରେ, ଏକ ବାହାଘର ଭୋଜି ଖାଇ ରାଣୀ ପଣ୍ଡା କାର୍ରେ ଫେରୁଥିବା ବେଳେ ଡାଲଖାଇ ଛକ ନିକଟରେ ବାଇକ୍ ସହ ତାଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାପରେ । ଆଠଗଡ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଥିଲା । ଦୁର୍ଘଟଣାରେ କାର୍ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି।