ଧାମରା ବନ୍ଦର ନିକଟରେ ସଡ଼କ ଦୁର୍ଘଟଣାରେ ଯୁବତୀ ମୃତ

ଧାମରା -ବାସୁଦେବପୁର ରାସ୍ତାରେ ଯାତାୟାତ ବନ୍ଦ

0

ଭଦ୍ରକ ( ସଞ୍ଜୟ ବାରିକ ):ଧାମରା ବନ୍ଦର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି l ମୃତ ଯୁବତୀ ଜଣକ ସିଲେଇ ଶିକ୍ଷା ସାରି ନିଜ ଘରକୁ ଫେରୁଥିବା ବେଳେ ଧାମରା ବନ୍ଦରକୁ ଯାଉଥିବା ଏକ ହାଇବା ସମ୍ପୃକ୍ତ ଯୁବତୀକୁ ଧକ୍କା ଦେଇଥିଲା l ଫଳରେ ସମ୍ପୃକ୍ତ ଯୁବତୀ ର ଅନ୍ତବୁଜୁଲା ବାହାରି ପଡିଥିଲା, ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧାମରା ଡାକ୍ତରଖାନା ପରେ ବାସୁଦେବପୁର ଡାକ୍ତରଖାନାକୁ ପଠାଇଥିଲେ l ଡାକ୍ତର ସେଠାରେ ତାଙ୍କୁ ମୃତ୍ୟ ଘୋଷଣା କରିବା ପରେ ଏହି ଖବର ପାଇ ଉତ୍ୟକ୍ତ ଗ୍ରାମବାସୀ ଧାମରା ବାସୁଦେବପୁର ରାସ୍ତା (ଡି ଆଇ )ରୋଡକୁ  ବନ୍ଦ କରି ରଖିଛନ୍ତି l ମୃତ ଯୁବତୀ ଜଣକ ହଉଛନ୍ତି ସ୍ଥାନୀୟ ଓରାମାଳ ଗ୍ରାମର ରାଧିକା ମଣ୍ଡକ ବୋଲି ଜଣାପଡୁଛି l