ବିଦେଶରେ ଯୁବତୀଙ୍କ ଭାଙ୍ଗଡ଼ା ଡ୍ୟାନ୍ସ

0

ଆମେରିକା : ଭାଙ୍ଗଡା ନାଚର ଏକ ସ୍ୱତନ୍ତ୍ର ମଜା ରହିଛି । ପଞ୍ଜାବ ରେ ଭାଙ୍ଗଡା କୁ ବେଶୀ ପସନ୍ଦ କରିଥାନ୍ତି । ଆଉ ଏମିତି କିଛି ଭାଙ୍ଗଡାକୁ ବେଶ ପସନ୍ଦ କରୁଛନ୍ତି ଆମେରିକାରେ ରହୁଥହିବା ଜଣେ ବ୍ୟକ୍ତି । ଏମିତି ହିଁ ଏକ ଘଟଣା “ଓମାଲା” ନାମ୍ନୀ ଜଣେ ମହିଳାଙ୍କ ସହିତ ହୋଇଛି । ଓମାଲା ହେଉଛନ୍ତି ଆମେରିକାର ଜଣେ ଡ୍ୟାନ୍ସର । ଓମାଲାଙ୍କ ଇନ୍ଷ୍ଟଗ୍ରାମର ଟାଇମ ଲାଇନ ତାଙ୍କ ଡ୍ୟାନ୍ସ ଭିଡିଓ କଲେକ୍ସନରେ ପୂର୍ଣ୍ଣ ହୋଇଛି । ଯାହା ମଧ୍ୟରୁ ସେ ଅନେକ ଦେଶୀ ଗୀତ ଗୁଡିକରେ ବି ଭାଙ୍ଗଡା କରିଥିବା ନଜର ଆସିଛନ୍ତି ।

ବଲିଉଡ ଗୀତ ସହିତ କେତେ ଗୁଡିଏ ପଂଜାବୀ ଗୀତ ବି ରହିଛି । ଓମାଲାଙ୍କ ଇନ୍ଷ୍ଟଗ୍ରାମ ବାୟୋ ଅନୁସାରେ ସେ ନିଜକୁ ନିଜେ ହିଁ ଭାଙ୍ଗଡା ନାଚ ଶିଖିଛନ୍ତି । ତାଙ୍କର କେତେକ ଭିଡିଓରେ ଏମିତି କମେଣ୍ଟ ଆସିଛିକି ୟୁଜର ମାନେ ଏବେ ତାଙ୍କ ଭାଙ୍ଗଡାର ଫ୍ୟାନ ପାଲଟି ଯାଇଛନ୍ତି ।ଇନ୍ଷ୍ଟଗ୍ରାମ ଟାଇମଲାଇନରେ ସବୁଠାରୁ ଅଧିକ ଦେଖାଯାଇଥିବା ରିଲ ଭିତରେ ଚିଡି ବାଲଡି ଗୀତ ରହିଛି । ଏହି ଗୀତକୁ ମନ୍ନତ ନୁର ଗାଇଛନ୍ତି ।

ଆଉ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି, ” ଆଜି ପାଇଁ ଟିକେ ଧିମା ହୋଇ ଯାଅ” । ଏକ ଟି-ସାର୍ଟ ସହ ଲେଗିନ୍ସ ପିନ୍ଧି କିଚେନରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଭିଡିଓରେ ଏମିତି ଲାଗୁଛିକି ଯେମିତି ଓମାଲା ନିଜ ପରଫରମନ୍ସ ସହିତ ଖୁବ ଖୁସି ଅଛନ୍ତି | ସେ କିଛି ଲୋକପ୍ରିୟ ମୁଭମେଣ୍ଟ କରୁଥିବା ନଜର ଆସିଛନ୍ତି । ଓମାଲାଙ୍କ ଏହି ଭିଡିଓ ଇନ୍ଷ୍ଟଗ୍ରାମରେ ଗୋଟେ ମିଲିୟନ ଦର୍ଶକ ଦେଖିସାରିଲେଣି । ଏହା ସହିତ ଏହି ଗୀତରେ ଲିପ ସିକିଙ୍ଗ କରୁଥିବା ବି ନଜର ଆସିଛନ୍ତି । ଗୀତଟିକୁ ନିମରତ ପାଇଜାମା ସହିତ ଦୁପଟା ପକେଇଥିବା ଦେଖାଦେଇଛନ୍ତି ।ଏହା ସହିତ ଭାରତୀୟ ଗହଣା ପିନ୍ଧି ଫ୍ୟାନ୍ସ ମାନଙ୍କୁ ଇମ୍ପ୍ରେସ କରୁଥିବା ନଜର ଆସିଛନ୍ତି ।