“ତୁମେ କଳା ଲୋକ, ୟୁକ୍ରେନ ଛାଡ”

0

ଖାରକିଭ୍: ଘନ ଘନ ଚାଲିଛି ମିଶାଇଲ ମାଡ । ଯୁଦ୍ଧରେ ଥରହର ୟୁକ୍ରେନ । ହେଲେ ହାର ମାନିବାକୁ ନାରାଜ ୟୁକ୍ରେନ । ଦେଶର ନାଗରିକଙ୍କ ଚିନ୍ତାରେ ୟୁକ୍ରେନର ରାଷ୍ଟ୍ରପତି । ଏପଟେ ଭାରତୀୟ ଦୂତାବାସର ପରାମର୍ଶ ତୁରନ୍ତ ଖାରକିଭ୍ ଛାଡିବାକୁ । ୟୁକ୍ରେନ ସମୟ ୬ ଟା ସୁଦ୍ଧା ଖାରକିିଭ୍ ଛାଡିବାକୁ ଦିଅଯାଇଛି ପରାମର୍ଶ । ଅର୍ଥାତ ଭାରତୀୟ ସମୟ ଆଜି ରାତି ୯ଟା ସୁଦ୍ଧା ଏହି ସମୟ ନିର୍ଦ୍ଧାରିତ ହୋଇଥିବା ଜଣାପଡିଛ । ପେସୋଚୀନ୍, ବାବାୟେ ,ବେଜଲୁଡୋକାକୁ ଖାରକିଭ ଛାଡି ଚାଲିଯିବାକୁ ପରାମର୍ଶ ଦେଇଛି ଦୂତାବାସ । ଗତକାଲି ମଧ୍ୟ ଭାରତୀୟଙ୍କୁ କିଭ୍ ସହର ଛାଡିଯିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ପରାମର୍ଶ ପରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଖାରକିଭ ସହରରେ ଫସିଥିବା ଭରତୀୟ । କହିଲେ କେମିତି ଛାଡିବୁ ସହର? ଖାରକିଭରୁ କେବଳ ନିଆଯାଉଛି ଝିଅଙ୍କୁ! ଖାରକିଭରେ ଭାରତୀୟ ଓ ଆଫ୍ରିକୀୟଙ୍କୁ ଦିଆ ଯାଉଛି ଅକଥନିୟ ନିର୍ଯ୍ୟାତନା ଦିଅଯାଉଥିବା କହିଛନ୍ତି ଛାତ୍ରଛାତ୍ରି । ୟୁକ୍ରେନ ସେନା ବିରୋଧରେ ଜଣେ ନାଇଜେରୀୟ ଛାତ୍ରୀ ସାଂଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଜଣେ ୟୁକ୍ରେନ ସେନା ଅଧିକାରୀ ତାଙ୍କୁ କହିଲେ “ ତୁମେ କଳା ଲୋକ, ଚାଲି ଚାଲି ଯାଅ” । ୟୁକ୍ରେନ ସେନାର ଏପରି ବ୍ୟବହାରକୁ ପରୋକ୍ଷରେ ସ୍ବୀକାର କରିଛନ୍ତି ସେଠାକାର ବିଦେଶ ମନ୍ତ୍ରୀ ଡିମାଇଟ୍ରୋ କୁଲେବା । କଳାଗୋରା ଭେଦ ଭାବକୁ ନେଇ ଛାଲିଛି ନିର୍ଯାତନା ।