ଥାନା ଭିତରେ ଏସଆଇଙ୍କ ମାଡରେ ଯୁବକ ଗୁରୁତର

0

ଜଗତସିଂହପୁର: ଥାନାରେ ଯୁବକଙ୍କୁ ପୋଲିସର ନିସ୍ତୁକ ମାଡ । ଥାନାକୁ ଡକାଇ ଯୁବକଙ୍କୁ ଆଖି ବୁଜା ମାଡ ମାରିଛି ପୁଲିସ । ଏନେଇ ଥାନା ଏସଆଇଙ୍କ ନାମରେ ହୋଇଛି ଅଭିଯୋଗ । ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନରେ । ପାଇଖାନା ନିର୍ମାଣକୁ ନେଇ ଦୁଇ ପଡୋଶୀଙ୍କ ବିବାଦର ସମାଧାନ କରିବାକୁ ଥାନାକୁ ଡକାଇ ପୁଲିସ ଯୁବକଙ୍କୁ ଏକ ପାଇପରେ ମାଡ ମାରିଛି ।
ତିର୍ତ୍ତୋଲ ଥାନା ଅଧୀନ କ୍ରିଷ୍ଣାନନ୍ଦପୁର ପଞ୍ଚାୟତ ନୂଆଗାଁ ବାସିନ୍ଦା ରଶ୍ମିକାନ୍ତ ସାହୁଙ୍କ ଜାଗାରେ ନିର୍ମାଣ ହେଇଥିବା ଏକ ପାଇଖାନାକୁ ନେଇ ପଡୋଶୀଙ୍କ ସହ ବିବାଦ ହୋଇଥିଲା । ଏହାକୁ ନେଇ ରଶ୍ମିକାନ୍ତ ପ୍ରଥମେ କ୍ରିଷ୍ଣାନନ୍ଦପୁର ଫାଣ୍ଡି ସହ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ । ମାମଲାରେ ଆଲୋଚନା ପାଇଁ ଥାନାରେ କାର୍ୟ୍ୟରତ ଏସ୍ଆଇ ଅନିରୁଦ୍ଧ ନାୟକ ଗତ ୧୨ ତାରିଖରେ ରଶ୍ମିକାନ୍ତଙ୍କୁ ଥାନାକୁ ଡକାଇଥିଲେ । ହେଲେ ଅଭିଯୋଗ ଶୁଣିବା ପରିବର୍ତ୍ତେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ପାଇପରେ ଏସ୍ଆଇ ଓ ତାଙ୍କ ଟିମ୍ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ରଶ୍ମିକାନ୍ତ ସାହୁ। ।
ରଶ୍ମୀକାନ୍ତଙ୍କ ଅଭିଯୋଗ ଅନୁଯାୟୀ, କ୍ୟାମେରା ନଥିବା ସ୍ଥାନକୁ ନେଇ ଏସଆଇ ନାୟ ତଳେ ପକେଇ ପାଇବରେ ତିନି ଘଣ୍ଟା ଧରି ନିସ୍ତୁକ ପିଟିଥିଲେ। ସେ ପାଣି ମାଗିବାରୁ ତାଙ୍କୁ ପାଣି ମଧ୍ୟ ଦେଇ ନ ଥିଲେ । ପୁଲିସ ମାଡରେ ରଶ୍ମିକାନ୍ତ ଗୁରୁତର ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ଏନେଇ ଜଗତସିଂହପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ରଶ୍ମିକାନ୍ତ ସାହୁ ।